ରାଜ୍ୟରେ ମହିଳା ମାନେ ଏବେ ସଶକ୍ତ ଓ ସମୃଦ୍ଧ

0

ରାଜ୍ୟରେ ମହିଳା ମାନେ ଏବେ ସଶକ୍ତ ଓ ସମୃଦ୍ଧ । ଆଜି ନାରୀ ସଫଳତାର ଶୁଭଶଙ୍ଖ ନାଦ କରିପାରୁଛି । ନାରୀ କେବଳ ହାଣ୍ଡିଶାଳର ଚାରିକାନ୍ଥ ଭିତରେ ରହିବାର ପାରମ୍ପରିକ ଚିନ୍ତାଧାରା ଲୋକଙ୍କ ମନରୁ ଦୂର ହେବାକୁ ଯାଉଛି ।

ନାରୀଟିଏ ଆଜି କଲମ ଧରି ପାରୁଛି , ନାରୀ ଟିଏ ଆଜି ଶାସନ ଗାଦିରେ ବସି ପାରୁଛି । ରାଜ୍ୟର ଲୋକତନ୍ତ୍ରକୁ ସମ୍ଭାଳି ପାରିବାର ଅଦମ୍ୟ ଦକ୍ଷତା ବି ରଖୁଛି । କେବଳ ରାଜନୀତି ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ମହିଳା ମାନେ ନିଜର ସଫଳତା ପ୍ରଦର୍ଶନ କରିପାରୁଛନ୍ତି ।

nano urea

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ କାର୍ଯ୍ୟକରିବାର ଶୈଳୀ ପାଇଁ ସାରା ଭାରତରେ ବେଶ ଚର୍ଚ୍ଚାରେ ଅଛନ୍ତି । ରାଜ୍ୟର ବିଭିନ୍ନ ବିଭାଗରେ ମହିଳା ମାନଙ୍କୁ ମନ୍ତ୍ରୀ କରିବା ହେଉ , ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ହେଉ ଅବା ବିଧାନସଭାରେ ମହିଳା ବାଚସ୍ପତି ଚୟନ କରିବା , ସବୁଥିରେ ମହିଳା ସଶକ୍ତିକରଣର ବାର୍ତ୍ତା ବେଶ ସହଜରେ ବାରି ହୋଇ ପଡ଼ୁଛି। ସାରା ବିଶ୍ବ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛି।
ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ର ଗ୍ରୁପ୍ ସମ୍ପାଦକ ଡି ଶୁଭମ୍ ମାନ୍ୟବର ମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ରେ ମହିଳା ସଶକ୍ତିକରଣ ଉପରେ ଅନେକ ଆଲୋଚନା ହୋଇଥିଲା। ମାନ୍ୟବର ମହିଳା ଓ ଶିଶୁ ବିକାଶ କଲ୍ୟାଣ ଓ ମିଶନ୍‌ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ କହିବା ଅନୁସାରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସଦା ସର୍ବଦା କୃଷି ଓ କୃଷକ ତଥା ମହିଳାଙ୍କ ବିକାଶ ଉପର କାର୍ଯ୍ୟ କରିଆସୁଛନ୍ତି ।

ଆଜି ମୟୂରଭଂଜର ମିଶନ୍‌ ଶକ୍ତି ମା ସୁବସା ମହାନ୍ତ ଆଜି ମାଣ୍ଡିଆ ଚାଷର କଥାକୁ ଜି-୨୦ ସମ୍ମିଳନୀରେ ଉପସ୍ଥାପନ କଲେ । ମିଶନ୍‌ ଶକ୍ତି ମା ମାନେ ଆଜି ମିଲେଟର ଗାଥା ଗାଉଛନ୍ତି । ରାଜ୍ୟର ବିଭାଗୀୟ ପଦବୀରେ ମହିଳା ମାନେ ଅବସ୍ଥାପିତ । ମହିଳାଙ୍କ ସଶକ୍ତିକରଣ ବାର୍ତ୍ତା ଆଜି ଗାଁ ଗାଁ ରେ ପହଁଚିଲାଣି । ମା ମାନେ ଆଉ ଘରର କାମ ନୁହଁ ବରଂ ରାଜ୍ୟର ମଙ୍ଗ ଧରିପାରୁଛନ୍ତି।

ମିଶନ୍‌ ଶକ୍ତି ଜରିଆରେ ମହିଳାଙ୍କୁ ଅନେକ ଦିଗରେ ସ୍ୱାବଲମ୍ବୀ ହେବା ପାଇଁ କାର୍ଯ୍ୟକ୍ରମ ମାନ କରାଯାଉଛି । ନିଜେ ରୋଜଗାର କରି ଘର ଚଳାଇବା ସହ ସେମାନେ ନିଜର ଉଦ୍ୟୋଗ ପ୍ରତିଷ୍ଠା କରିପାରୁଛନ୍ତି । ମିଶନ୍‌ ଶକ୍ତିର ମା ମାନେ ଆଜି ମିଲେଟ କାଫେ ବା ମିଶନ୍‌ ଶକ୍ତି କାଫେ କରି ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି । ଏସବୁ କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଦିଗଦର୍ଶନରେ ସମ୍ଭବପର ହୋଇପାରିଛି । ଆଗକୁ ମହିଳା ମାନଙ୍କୁ କୃଷି କ୍ଷେତ୍ରରେ ନିଜର ଉଦ୍ୟୋଗ ସ୍ଥାପନ କରିବାକୁ ଯୋଜନାମାନ ନିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.

nineteen − eleven =