ଓଡ଼ିଶା ମିଲେଟ୍ସ ମିଶନ ଅଧୀନରେ ‘ଏକାକିନୀ ମହିଳା ପ୍ରକଳ୍ପ’ କାର୍ଯ୍ୟକ୍ରମ

ଏକାକିନୀ ମହିଳା କହିଲେ ୩୫ ବର୍ଷରୁ ଊର୍ଦ୍ଧ୍ବ ଅବିବାହିତା, ବିଧବା, ଛାଡ଼ପତ୍ର ପାଇଥିବା କିମ୍ବା ସ୍ଵାମୀଙ୍କଠାରୁ ଅଲଗା ରହି ନିଜର ଭରଣପୋଷଣ କରୁଥିବା ଜଣେ ମହିଳାକୁ ବୁଝାଏ। ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶଭିତ୍ତିକ ବିଭିନ୍ନ କାର୍ଯ୍ୟକଳାପ ଓ ପରିଭ୍ରମଣ ଆଦି ମାଧ୍ୟମରେ ଏକାକିନୀ ମହିଳାମାନଙ୍କ ସହଭାଗୀତା ବୃଦ୍ଧି କରି ସେମାନଙ୍କୁ ସ୍ବାବଲମ୍ବୀ କରିବା। ଏକାକିନୀ ମହିଳାମାନଙ୍କୁ କୃଷକ ଉତ୍ପାଦକ ସଂଗଠନ ଅଧୀନରେ ଅଗ୍ରଣୀ ଚାଷୀ/ ପୃଷ୍ଟି ଶସ୍ୟ ଉତ୍ପାଦକ / ପୃଷ୍ଟିଶସ୍ୟଭିତ୍ତିକ ଉଦ୍ୟୋଗୀ ଭାବେ ପ୍ରୋତ୍ସାହନ ଯୋଗାଇଦେବା ଏବଂ ଦକ୍ଷତା ବିକାଶ / ବିଭିନ୍ନ ପ୍ରଶିକ୍ଷଣ ମାଧ୍ୟମରେ ଏକାକିନୀ ମହିଳାମାନଙ୍କୁ ମାଷ୍ଟର ଟ୍ରେନର ଭାବେ ଦକ୍ଷ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ।

ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ଓଡ଼ିଶାର କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ, ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଓ ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକରେ କାର୍ଯ୍ୟକାରୀ କରାଯାଇଛି। ବର୍ତ୍ତମାନ୍ ୩ ଟି ଜିଲ୍ଲାର ୧୩୨୯ ଜଣ ହିତାଧିକାରୀଙ୍କୁ ନେଇ ଏହି ପ୍ରାରମ୍ଭିକ କାର୍ଯ୍ୟକ୍ରମ ଜାରି ରହିଛି। ଏଥିସହ ୪୨ ଟି ବ୍ୟବସାୟ ବିକାଶ ଯୋଜନା, ୭ ଗୋଟି ଆର୍ଥିକ ନିବନ୍ଧନ ଏବଂ ହିସାବ ଲେଖା ପ୍ରଶିକ୍ଷଣ, ୪୭ କୃଷି ପଦ୍ଧତି ଏବଂ ୮ ଟି ପରିଭ୍ରମଣ କାର୍ଯ୍ୟକ୍ରମକୁ ନେଇ ପ୍ରଶିକ୍ଷଣ ଆୟୋଜନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମଣ୍ଡିରେ ମାଣ୍ଡିଆ କ୍ରୟ ପ୍ରକ୍ରିୟାରେ ୭୧୯ ଜଣ ଏକାକିନୀ ମହିଳା ଚାଷୀ ସାମିଲ ହୋଇଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ୫୯ ଜଣ ଏକାକିନୀ ମହିଳା ୧୧ ଟି ଉଦ୍ୟୋଗର ପରିଚାଳନା ଦାୟିତ୍ଵ ତୁଲାଉଛନ୍ତି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×