ସଠିକ୍ ମୌସୁମୀ ଅଗ୍ରସର ଅଭାବରୁ ଧାନ ବୁଣାରେ ବିଳମ୍ବ

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସଠିକ୍ ଭାବେ ଅଗ୍ରସର ନହେବାରୁ ଧାନ ବୁଣାରେ ବିଳମ୍ବ ହେବାରେ ଲାଗିଛି, ଯାହାପାଇଁ ଚାଷୀମାନେ ଚିନ୍ତିତ ମଧ୍ୟ ଅଛନ୍ତି। ବର୍ତ୍ତମାନ ମୌସୁମୀ ବାୟୁ ଦୁର୍ବଳ ଅବସ୍ଥାରେ ରହିଥିବାରୁ ରାଜ୍ୟକୁ ଛୁଇଁବାରେ ଆହୁରି କିଛି ଦିନ ଲାଗିବ ବୋଲି ପୂର୍ବାନୁମାନ କରାଯାଉଛି। ମୌସୁମୀ ବାୟୁ ପ୍ରବାହ ହେଲେ ଲଘୁଚାପ ହେବା ଦ୍ବାରା ଏହାକୁ ଶୀଘ୍ର ପ୍ରବାହିତ କରିବାରେ ସାହାଯ୍ୟ କରେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଲଘୁଚାପ ଦେଖାଦେଇନାହିଁ, ଯାହାପାଇଁ ମୌସୁମୀ ବାୟୁ ରାଜ୍ୟରେ ସଠିକ୍ ଭାବେ ପ୍ରବାହିତ ହୋଇପାରୁନାହିଁ।ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଅଂଚଳରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି। ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଅଞ୍ଚଳବାସୀମାନେ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳିର ଶିକାର ହେଉଛନ୍ତି।

ଚଳିତ ବର୍ଷ ଓଡ଼ିଶାରେ ସର୍ବାଧିକ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିବା ସହ ତାପମାତ୍ରା ୪୬ ଡିଗ୍ରୀ ଟପିଛି। ବିଶେଷ ବର୍ଷା ମଧ୍ୟ ଦେଖିବାକୁ ମିଳୁନାହିଁ। ଜମି ଶୁଖିଲା ପଡ଼ିଥିବାରୁ ଚାଷୀମାନେ ଧାନ ବୁଣିବାରେ ସକ୍ଷମ ହୋଇପାରୁନାହିଁ। ୧୮ ତାରିଖ ସୁଦ୍ଧା ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ୨୩ ତାରିଖ ସୁଦ୍ଧା ରାଜ୍ୟରେ ମୌସୁମୀ ପ୍ରଭାବିତ ହେବ ଏଵଂ ୨୫ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ୨୬ ତାରିଖରେ ଲଘୁଚାପ ହେବ ବୋଲି ରାଜ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ସେହି ସମୟରେ ଚାଷୀମାନେ ଧାନ ଓ ତଳିବୁଣା ଆରମ୍ଭ କରିପାରିବେ। ଚାଷୀମାନେ ମଧ୍ୟ ଏହି ଖବର ପାଇବା ପରେ ଉତ୍ସାହିତ ଅଛନ୍ତି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×