ଗରମ ଦିନେ ପିଅନ୍ତୁ ମାଣ୍ଡିଆ ଲସି

ଅତ୍ୟଧିକ ଗ୍ରୀଷ୍ମ ଗରମରୁ ରକ୍ଷା ପାଇଁ ଭୁବନେଶ୍ବରସ୍ଥିତ ବାବାସାହେବ୍ ଭୀମରାଓ ଆମ୍ବେଦକର ବସ ଟର୍ମିନାଲରେ ଥିବା ମିଲେଟ୍ ଶକ୍ତି କାଫେକୁ ଆସନ୍ତୁ ଏବଂ ମାଣ୍ଡିଆ ଚାସ୍ ଓ ରାଗି ଲସି ପିଆନ୍ତୁ ଯାହାକି ନିଜକୁ ଆଶ୍ୱସ୍ତି ଲାଭ କରିବା ସହ ସୁସ୍ଥ ରଖିବାରେ ସାହାଯ୍ୟ କରିବ। ଏହାକୁ ପ୍ରସ୍ତୁତ କରିବା ପାଇଁ ରାଗି ମଇଦା, ଦହି, ଅଦା, ରସୁଣ, ଜିରାଗୁଣ୍ଡ, ଗୋଲମରିଚ, ପୁଦିନା ପତ୍ର, କଞ୍ଚାଲଙ୍କା, ଲେମ୍ବୁ , ପାଣି ଏବଂ ଲୁଣ ଭଳି ଉତ୍ତମ ମାନର ଉପାଦାନ ବ୍ୟବହାର କରାଯାଇଥାଏ। ଯାହାକି ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାକୁ ମିଶନ ଶକ୍ତି କାଫେରେ ମିଶନ ଶକ୍ତି ମହିଳାମାନେ ଘରୋଇ ଉପାୟରେ ପ୍ରସ୍ତୁତ କରିଥାନ୍ତି।

ପ୍ରଥମେ ଏକ ମଧ୍ୟମ ଆକାରର ପାତ୍ର ନିଆଯାଇଥାଏ, ସେଥିରେ ଦୁଇ ଗ୍ଲାସ ପାଣିକୁ ଅଳ୍ପ ଆଞ୍ଚରେ ସିଝିଲା ପର୍ଯ୍ୟନ୍ତ ଗରମ କରାଯାଇଥାଏ। ଅନ୍ୟଏକ ପାତ୍ରରେ ଗୋଟେ କପ୍ ପାଣି ନେଇ ସେଥିରେ ମିଲେଟ ଗୁଣ୍ଡକୁ ମିଶ୍ରଣ କରାଯାଏ,ସିଝା ଯାଇଥିବା ଗରମ ପାଣିରେ ମିଶ୍ରଣ କରାଯାଇ ଅଳ୍ପ ଆଞ୍ଚରେ ୧୦ ମିନିଟ ଗରମ କରାଯାଏ, ଏହାପରେ ଥଣ୍ଡା ହେବାକୁ ଛାଡ଼ିଦିଆଯାଏ। କଞ୍ଚାଲଙ୍କା, ଗୋଲମରିଚ, ପୁଦିନା ପତ୍ର ଏବଂ ଧନିଆ ପତ୍ରକୁ ଭଲଭାବେ ଗ୍ରାଇଣ୍ଡ କରି ଏକ ପେଷ୍ଟ ବନାଯାଏ, ପରେ ଏହାସହ ଦହି, ଜିରାଗୁଣ୍ଡ, ଲୁଣ ଓ ଗୋଲମରିଚ ଗୁଣ୍ଡକୁ ମିଶାଯାଇ,ପୂର୍ବରୁ ଥଣ୍ଡା କରାଯାଇଥିବା ରାଗି ମିଶ୍ରଣ ଏବଂ ଗୋଟେ ଗ୍ଲାସ୍ ଥଣ୍ଡା ପାଣି ମିଶାଇ ଭଲଭାବେ ମିଶ୍ରଣ କରାଯାଏ। ଏହାପରେ ଉପରେ କିଛି ପୁଦିନା ପତ୍ର ଏବଂ ଲେମ୍ବୁର ଗୋଟେ କଟା ଖଣ୍ଡ ଦିଆଯାଇ ପ୍ରସ୍ତୁତ କରାଯାଏ ରାଗି ଚାସ୍।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×