ଦୁବାଇ ଗଲା ଓଡ଼ିଶାର କୃଷି ମନ୍ତ୍ରୀଙ୍କ ଉତ୍ପାଦିତ ଡ୍ରାଗନ ଫ୍ରୁଟ୍

ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ଵାରା ତାଙ୍କ ଚାଷ ଜମିରେ ଉତ୍ପାଦିତ ଡ୍ରାଗନ୍ ଫ୍ରୁଟ ଦୁବାଇକୁ ରପ୍ତାନି କରାଯାଇଛି। ସେ ଜଣେ କୃଷିମନ୍ତ୍ରୀ ହୋଇ ମଧ୍ୟ ଏକ ସଫଳ ଚାଷୀ ଭାବେ ସାରା ଦେଶରେ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। କୃଷି ଏବଂ କୃଷକ ସଶକ୍ତିକରଣକୁ ଅଧିକ ଗୁରୁତ୍ବ ଦେଉଥିବା କୃଷିମନ୍ତ୍ରୀ ଓଡ଼ିଶାରେ ପ୍ରଥମ ଥର ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ଓଡ଼ିଶା ପାଇ ଏକ ଗୌରବର ବାର୍ତ୍ତା ହୋଇପାରିଛି। ମାନ୍ୟବର କୃଷି ମନ୍ତ୍ରୀଙ୍କ ବଲାଙ୍ଗୀରସ୍ଥିତ ଚାଷଜମିରୁ ଏହା ଉତ୍ପାଦନ କରାଯାଇଛି, ଏହାପରେ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରରୁ ଦୁବାଇକୁ ରପ୍ତାନି କରାଯାଇଛି।

ଗତ ୩ ବର୍ଷ ଧରି କନକ ବର୍ଦ୍ଧନ ସିଂହଦେଓ ଏହି ଡ୍ରାଗନ୍ ଫ୍ରୁଟ୍ ଚାଷ ନିଜ ଚାଷ ଜମିରେ ସମ୍ପୁର୍ଣ୍ଣ ଜୈବିକ ପଦ୍ଧତିରେ କରିଆସୁଛନ୍ତି। ଏହା ଓସୋକା ଦ୍ଵାରା ପ୍ରମାଣିତ ହୋଇ ଆସୁଛି ଏବଂ ଜୈବିକ ଚାଷ ଦିଗରେ ସ୍ଵତନ୍ତ୍ର ଅଭିଯାନ ସୃଷ୍ଟି କରିଛି। ଚଳିତ ବର୍ଷ ସେ ୬୦ କ୍ଵିଣ୍ଟାଲ ଫଳ ଉତ୍ପାଦନ କରିଛନ୍ତି ଏବଂ ଗତ ବର୍ଷ ଏହାକୁ ୩ ମାସ ଧରି ଷ୍ଟୋରେଜ କରି ରଖାଯାଇଥିଲା। ଏହି ଫଳରେ ରୋଗ ପ୍ରତିରୋଧକ ଶକ୍ତି ରହିଥବା ବେଳେ କ୍ୟାନ୍ସର ଓ ଡାଇବେଟିସ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ ରହିଛି। ବିଶେଷକରି ରାଜ୍ୟରେ କରାଯାଉଥିବା ଫଳ ଚାଷ ସମ୍ପୁର୍ଣ୍ଣ ଜୈବିକ ଭାବେ କରିବା ଆବଶ୍ୟକ, ଯାହାକି ଏହାକୁ ଖାଇବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଯାଇପାରିବ। ୪ କ୍ଵିଣ୍ଟାଲ ଡ୍ରାଗନ୍ ଫ୍ରୁଟ୍ ଦୁବାଇକୁ ରପ୍ତାନି କରାଯାଇଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×