ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଡ଼ଃ ଅରବିନ୍ଦ ପାଢ଼ୀ

0

ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ଡ଼ଃ ଅରବିନ୍ଦ ପାଢ଼ୀ । ମଙ୍ଗଳବାର ଦାୟିତ୍ୱ ନେବା ପରେ ବିଭାଗର କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା ସହ ଶୃଙ୍ଖଳା,ସମୟାନୁବର୍ତ୍ତିତା ଓ ନିଷ୍ଠାପରତା ସବୁ ଅଫିସର ମାନଙ୍କ ମୁଖ୍ୟ ଦାୟିତ୍ୱ ହେବା ଉଚିତ୍‌ ବୋଲି ଉପଦେଶ ଦେଇଥିଲେ । ବରିଷ୍ଠ ଅଫିସର ମାନଙ୍କ ସହ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ଉପରେ କଥା ହେବା ସହ ପ୍ରତି ଶୁକ୍ରବାର ଖଦି ପୋଷାକ ପରିଧାନ କରିବା ଓ ବିଭାଗରେ ପାନ , ବିଡ଼ି, ତମାଖୁ ପରି ବିଭିନ୍ନ ଦ୍ରବ୍ୟକୁ ନିଷେଧ କରିବାକୁ କହିଛନ୍ତି । ଏହି ଆଲୋଚନା ସମୟରେ ବିଭାଗର ଅତିରିକ୍ତ ଶାସନ ସଚିବ , ଯୁଗ୍ମସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

nano urea

ବର୍ତ୍ତମାନ ଡ଼ଃ ପାଢ଼ୀ କୃଷି ଓ କୃଷକ ସଶକ୍ତିକରଣ ତଥା ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଭାବରେ ଦାୟିତ୍ୱ ତୁଲାଉଛନ୍ତି । ନିଜର କର୍ତ୍ତବ୍ୟପରାୟଣତା ଓ ନିଷ୍ଠାପରତା ପାଇଁ ସେ ଜନମାନସରେ ବେଶ ପରିଚିତ ।

Leave A Reply

Your email address will not be published.

five × two =