ମୁଗ ଓ ବିରିର ରୋଗ ପରିଚାଳନା

ମୁଗ ଓ ବିରି ଫସଲ ଆମ ରାଜ୍ୟରେ ଏକ ମୁଖ୍ୟ ଡାଲି ଜାତୀୟ ଫସଲ ଭାବେ ପରିଚିତ। କିନ୍ତୁ ଏହି ଫସଲର ବିଭିନ୍ନ ଅବସ୍ଥାରେ ରୋଗ ପୋକ ଆକ୍ରମଣ କରୁଥିବାରୁ ଅମଳ ଯଥେଷ୍ଟ ବାଧାପ୍ରାପ୍ତ ହେବା ସହ କମ୍ ଉତ୍ପାଦନ ହୋଇଥାଏ। ଏଥିପାଇଁ ଚାଷୀମାନେ ରୋଗ ପରିଚାଳନା ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ। ମୁଗ ଓ ବିରିରେ ହେଉଥିବା ସାହେବି ରୋଗ ଧଳାମାଛି ଦ୍ଵାରା ବ୍ୟାପିଥାଏ । ଏହି ରୋଗ ଦ୍ଵାରା ସଂକ୍ରମିତ ଗଛ ଗୁଡିକର ପତ୍ର ଉପରେ ହଳଦିଆ ଓ ସବୁଜ ଦାଗ ଦେଖାଯାଇଥାଏ ।

ମୁଗ ଓ ବିରିରେ ହେଉଥିବା ରୋଗର ପରିଚାଳନା କରିବା ପାଇଁ ପ୍ରଥମେ ଅଧିକ ଆକ୍ରାନ୍ତ ହୋଇଥିବା ଗଛଗୁଡ଼ିକ ଓପାଡି ଦୂରରେ ନଷ୍ଟ କରିଦିଅନ୍ତୁ। ଏକର ପ୍ରତି ୬ ଟି ହଳଦିଆ ବା ନୀଳ ଅଠାଳିଆ ଜନ୍ତା ଲଗାନ୍ତୁ। ଧଳମାଛିର ପରିଚାଳନା ପାଇଁ ଏକର ପ୍ରତି ୬୦୦ ମି.ଲି. ନିମ୍ବ ଆଧାରିତ କୀଟନାଶକକୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧଳାମାଛିର ରାସାୟନିକ ଉପାୟରେ ପରିଚାଳନା ପାଇ ଏକର ପ୍ରତି ୪୦ ଗ୍ରାମ ଥିଆମେଥୋକ୍ସମ୍ କିମ୍ବା ୫୦ ଗ୍ରାମ ଆସେତାମିପ୍ରିଡ କିମ୍ବା ୨୫୦ ଗ୍ରାମ ଦିଆଫେନ୍ଥିଉରମ୍ କୀଟନାଶକ, ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×