ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଦୀପ୍ତିମୟୀ

     କୃଷି ଏବଂ ସହଯୋଗୀ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ ସହ ବାଣିଜ୍ୟିକ କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟ ଉତ୍ପାଦନ ସମେତ କୃଷି ଭିତ୍ତିକ ଶିଳ୍ପ ଆଦିକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆରମ୍ଭ କରାଯାଇଥିଲା। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ କୃଷି ଏବଂ କୃଷକମାନଙ୍କ ପାଇଁ ସହଯୋଗ ହେତୁ ଏବେ ଅଧିକାଂଶ ଭାରତୀୟ ଚାଷୀ ପାରମ୍ପରିକ ଚାଷ ଛାଡି ଅଣ ପାରମ୍ପରିକ ଚାଷ ଆପଣାଉଛନ୍ତି ଏବଂ ଏଥିରେ ସଫଳ ମଧ୍ୟ ହେଉଛନ୍ତି। ଛତୁ ଚାଷ ଚାଷୀଙ୍କ ପାଇଁ ଲାଭଦାୟକ ବ୍ୟବସାୟ ହୋଇପାରିଛି। ଅନ୍ୟ ପରିବା ଚାଷ ତୁଳନାରେ ଛତୁ ଚାଷରେ କମ ଖର୍ଚ୍ଚ ଏବଂ ଅଧିକ ଆୟ ମିଳିପାରୁଛି। 

କଟକ ଜିଲ୍ଲାର ଶ୍ରୀମତୀ ଦୀପ୍ତିମୟୀ ଲାଲ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ, କୃଷି କ୍ଷେତ୍ରରେ ମହିଳାମାନଙ୍କର ଶକ୍ତି ପ୍ରଦର୍ଶନ କରି ଏକ ବଟନ୍ ଛତୁ ୟୁନିଟ୍ ପ୍ରତିଷ୍ଠା କରିଛନ୍ତି। ଉତ୍ପାଦିତ ତାଜା ଉତ୍ପାଦଗୁଡିକ ସ୍ଥାନୀୟ ବଜାରରେ ପହଞ୍ଚିବା ସହ ଅନୁଗୁଳ, ବାଲେଶ୍ଵର ଏବଂ କେଉଁଝର ପରି ଜିଲ୍ଲାଗୁଡିକରେ ପହଞ୍ଚିଛି। ଯାହାକି କୃଷି ଉଦ୍ୟୋଗ ଏବଂ କୃଷି ଉଦ୍ୟୋଗୀମାନଙ୍କ ପାଇଁ ଏକ ପ୍ରେରଣା ଯୋଗାଇଦେଇଛି। କେବଳ ଦୀପ୍ତିମୟି ନୁହଁ ବରଂ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ରାଜ୍ୟ ଅନେକ ଚାଷୀ ଭିନ୍ନ ଭିନ୍ନ ଫସଲ ଚାଷ କରି ନିଜକୁ ସ୍ବାବଲମ୍ବୀ କରିବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×