ଫସଲର ପ୍ରକୃତ ଓ ସଠିକ୍ ତଥ୍ଯ ସଂଗ୍ରହ ପାଇଁ ଡିଜିଟାଲ ଫସଲ ସର୍ବେକ୍ଷଣ

ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟ କୃଷି ବିଭାଗ, ରାଜସ୍ବ ବିଭାଗ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିଭାଗ ଯଥା- ମୃତ୍ତିକା ସଂରକ୍ଷଣ ବିଭା, ଉଦ୍ୟାନ ବିଭାଗ, ଯୋଜନା ଓ ପରିସଂଖ୍ୟାନ ବିଭାଗର ପଞ୍ଚାୟତ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କର ତତ୍ତ୍ଵାବଧାନରେ ହୋଇଥାଏ। ଏହି ସର୍ବେକ୍ଷଣ ଚାଷୀଙ୍କ ମୋବାଇଲ ଫୋନରେ ନିର୍ଦ୍ଧିଷ୍ଟ ଫସଲ ପାଇଁ ବିଭିନ୍ନ ପରାମର୍ଶ, କିଷାନ କ୍ରେଡିଟ କାର୍ଡ ଋଣ, ଫସଲ ବୀମା ପ୍ରସ୍ତାବର ଯାଞ୍ଚ, ସର୍ବନିମ୍ନ ସହାୟକ ମୂଲ୍ୟରେ ଫସଲ କ୍ରୟ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନାରେ ଚାଷୀଙ୍କୁ ସାହାଯ୍ୟ କରିଥାଏ। ଚଳିତ ବର୍ଷ ୧୬ ଅଗଷ୍ଟ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଡିଜିଟାଲ୍ ଫସଲ ସର୍ବେକ୍ଷଣ କରାଯିବ। ସ୍ଥାନୀୟ ସର୍ବେକ୍ଷଣକାରୀମାନେ ମୋବାଇଲ୍ ଆପ୍ ଦ୍ଵାରା ଫସଲର କ୍ଷେତ୍ର ପରିଦର୍ଶନ କରି ପ୍ରକୃତ ଓ ସଠିକ୍ ତଥ୍ୟ ସଂଗ୍ରହ କରିବେ।

ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଡିଜିଟାଲ ଫସଲ ସର୍ଭେ ବ୍ୟବସ୍ଥା ଲାଗୁ ହେବ। ସର୍ଭେର ଉଦ୍ଦେଶ୍ୟ ପ୍ରତ୍ୟେକ ଯାଞ୍ଚ ହୋଇଥିବା ଜମିରେ ପ୍ରତ୍ୟେକ ଫସଲ ଋତୁରେ ଚାଷ କରାଯାଇଥିବା ପ୍ଲଟସ୍ତରୀୟ ଫସଲକୁ ଆକଳନ କରିବା। ଏଥିସହ ଜିଓ ଟ୍ୟାଗ ହୋଇଥିବା ଫଟୋ ଗୁଡ଼ିକର କ୍ଷେତ୍ରସ୍ତରୀୟ ପରିଦର୍ଶନ ମାଧ୍ୟମରେ ତଥ୍ୟକୁ ପ୍ରାମାଣିକ କରିବା। ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଣାଳୀରେ ଜମିର ସୀମା ଭିତରୁ ପ୍ରତ୍ୟେକ ଚାଷଜମି ପ୍ଲଟର ଫସଲ ସୂଚନା ସଂଗ୍ରହ କରିବାରେ ସକ୍ଷମ ହୋଇଥାଏ। ଏହି କାର୍ଯ୍ୟକ୍ରମକୁ ସଫଳ ରୂପେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଓ ବ୍ଲକ ସ୍ତରର କୃଷି ଏବଂ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×