କୃଷି ବିଭାଗର ନିଆରା ପ୍ରୟାସ: ପୁରସ୍କୃତ ହେବେ ବିଭାଗୀୟ କର୍ମଚାରୀ

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସବୁବେଳେ ନିଜର ଅଭିନବ କାର୍ଯ୍ୟକ୍ରମ ପାଇଁ ପରିଚିତ ଅଟେ। ରାଜ୍ୟରେ କୃଷି ଓଡ଼ିଶାର ସମାବେଶ ହେଉ ଅବା ମାଣ୍ଡିଆ ପାଇଁ ଆନ୍ତର୍ଜାତୀୟ ସମ୍ମିଳନୀ ସବୁଥିରେ ଏ ଅଭିନବ କାର୍ଯ୍ୟ ବାରି ହୋଇପଡେ। ଏହି ଉପକ୍ରମ ରେ କୃଷି ବିଭାଗର ଆଉ ଏକ ନିଆରା ପ୍ରୟାସ ଆରମ୍ଭ ହୋଇଛି। ବିଭାଗ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯିବ। ପ୍ରତି ମାସରେ ଉତ୍ତମ ପ୍ରଦର୍ଶନ ଆଧାରରେ କର୍ମଚାରୀ ମାନଙ୍କୁ ପୁରସ୍କୃତ କରିବା ସହ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରୋତ୍ସାହିତ କରାଯିବ।

ତେବେ କର୍ମଚାରୀ ମାନଙ୍କ ପ୍ରଦର୍ଶନର ଆଧାର କେବଳ ମାତ୍ର ବ୍ୟୟ ଧାର୍ଯ୍ୟ ଲକ୍ଷ୍ୟ ସମ୍ବନ୍ଧିତ ନ ହୋଇ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପର ଗୁଣାତ୍ମକ ରୂପାୟନ ଦିଗରେ ସେମାନଙ୍କ ଅବଦାନ କୁ ବିଚାରକୁ ନିଆଯିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ ପାଢ଼ୀ କହିଛନ୍ତି। ତେଣୁ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ନିର୍ଦ୍ଦେଶାଳୟର ନିର୍ଦେଶକ ଓ ସରକାରୀ ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କର୍ମଚାରୀ ଙ୍କ ନାମ ତାଲିକା ସବୁ ମାସ ୧୦ ତାରିଖ ସୁଦ୍ଧା ପଠାଇବାକୁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×