ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ମିଲେଟ୍ ଶକ୍ତି ଷ୍ଟଲର ଚାହିଦା

  ପ୍ରତିବର୍ଷ ଭାରତ ସରକାରଙ୍କଦ୍ୱାରା ଜାନୁଆରୀ ୯ ତରିଖ ଦିନ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ। ଏହି ଦିନ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ସ୍ୱଦେଶକୁ ଫେରିଥିଲେ। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ୨୦୦୩ ମସିହାରୁ ଏହି ଦିନର ଉତ୍ସବ ଆରମ୍ଭ ହୋଇଥିଲା। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ଇଙ୍କାଥା ସ୍ୱାଧୀନ ଦଳର ସାଂସଦ ଏବଂ ଦକ୍ଷିଣ ଆଫ୍ରିକା ସଂସଦର ଏନସିଓପିର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଲେସ୍ ଗୋଭେନ୍ଦର ଭୁବନେଶ୍ୱର ସ୍ଥିତ ଧଉଳିଠାରେ ସ୍ୱୟଂ ଶ୍ରଦ୍ଧା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମିଲେଟ୍ ଶକ୍ତି ଷ୍ଟଲରେ ଖାଦ୍ୟ ସାମଗ୍ରୀ କ୍ରୟ କରିଛନ୍ତି।

             ପ୍ରବାସୀ ଭାରତୀୟ ଦିବସ, ଭାରତ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବନ୍ଧନକୁ ସୁଦୃଢ଼ କରିବା ପାଇଁ ଏକ ଅନୁଷ୍ଠାନ ପାଲଟିଛି। ଭାରତର ସଫଳତା ଏବଂ ସମ୍ଭାବନା ଯୋଗୁଁ ବିଶ୍ୱରେ ବଢୁଥିବା ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଆଜିର ଭାରତ କେବଳ ନିଜସ୍ୱ ମତକୁ ଦୃଢ଼ ଭାବରେ ଜାହିର କରେ ନାହିଁ ବରଂ ଦକ୍ଷିଣ ବିଶ୍ୱର ସ୍ୱରକୁ ସମସ୍ତଙ୍କ ପାଖରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ”। ସେହିପରି ଓଡ଼ିଶା ଏବଂ ଭାରତରେ ମିଲେଟ୍ କୁ ନେଇ ଏକ ଉଜ୍ଜ୍ୱଳ ପୃଷ୍ଠା ଗଠନ କରିବା ଓ ପ୍ରବାସୀ ଭାରତୀୟମାନଙ୍କ ପାଖରେ ଅନେକ ପ୍ରକାରର ମିଲେଟ୍ ପ୍ରସ୍ତୁତ ସାମଗ୍ରୀ ପହଞ୍ଚାଇବା ପାଇଁ ଅଧିକ ଗୁରୁତ୍ବ ଦିଆଯାଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×