ରାଜ୍ୟରେ କୋଣ ଅନୁକୋଣରେ ମିଲେଟ ଜାତୀୟ ଖାଦ୍ୟ ପଦାର୍ଥର ଚାହିଦା ବଢିବାରେ ଲାଗିଛି। ମିଲେଟରୁ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ବଜାରରେ ବିକ୍ରି କରାଯାଉଛି, ଯାହାକି ଲୋକମାନେ ବହୁ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି। ନିକଟରେ ଭୁବନେଶ୍ଵର, ଇଡକୋ ପଡ଼ିଆରେ ଚାଲୁଥିବା ସୁଭଦ୍ରା ସ୍ଵାସ୍ଥ୍ୟ ମେଳାରେ ମିଲେଟ୍ ଖାଦ୍ୟ ପ୍ରତି ବଢୁଛି ଆଗ୍ରହ। ସ୍ଵାସ୍ଥ୍ୟପ୍ରଦ ଏବଂ ସ୍ଵାଦିଷ୍ଟ ହୋଇଥିବା କାରଣରୁ ଷ୍ଟଲ୍ ଗୁଡ଼ିକରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି। ମହିଳାମାନଙ୍କ ଦ୍ଵାରା ପାରମ୍ପରିକ ଧାରାରେ ପ୍ରସ୍ତୁତ ହୋଇଥିବା ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନ ପାଇଁ ବେଶ୍ ଆଦୃତ ହେଉଛି।
ବର୍ତ୍ତମାନ ସୁଦ୍ଧା ଏହି ମେଳାରେ ପ୍ରାୟ ୨.୨୦ କୋଟି ଟଙ୍କାର ବ୍ୟବସାୟ ସରିଲାଣି। ମିଲେଟରେ ପ୍ରସ୍ତୁତ ଗଜା, ଲଡୁ, ବିସ୍କୁଟ, ଦୋସା ଭଳି ଅନେକ ଖାଦ୍ୟ ପଦାର୍ଥ ଲୋକଙ୍କୁ ମିଲେଟର ବିବିଧତା ପ୍ରଦର୍ଶନ କରୁଛି। ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନେ ନିଜ ହାତରେ ସମ୍ପୂର୍ଣ ଜୈବିକ ପ୍ରଣାଳୀରେ ଏହି ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ଲୋକଙ୍କୁ ପରଷି ଦେଉଛନ୍ତି, ଯାହାକି ଅତ୍ୟନ୍ତ ସ୍ଵାଦିଷ୍ଟ ରହିଛି। ଆଜିର ଦିନରେ ଲୋକମାନେ ବହୁ ରୋଗରେ ସମ୍ମୁଖୀନ ହେଉଥିବା ହେତୁ ସ୍ଵାଦିଷ୍ଟ ଆଊ ପୁଷ୍ଟିକର ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି। ସୁଭଦ୍ରା ଶକ୍ତି ମେଳା ଭଳି ମଞ୍ଚରେ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ ସମସ୍ତ ଉତ୍ପାଦ ବିକ୍ରି କରିବାର ସୁଯୋଗ ପାଇଥିବାରୁ ଖୁସି ଅଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
