ବାଲିଯାତ୍ରାରେ ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଘରକରଣା ସାମଗ୍ରୀର ଚାହିଦା

ଓଡ଼ିଶାର କଟକ ମହାନଦୀ ବେଳାଭୂମିରେ ଅନୁଷ୍ଠିତ ଐତିହାସିକ ବାଲିଯାତ୍ରା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ବର୍ଷକୁ ବର୍ଷ ବେଶ୍ ରୋମାଞ୍ଚକର ହେବା ସହ ସାରା ରାଜ୍ୟ ଏବଂ ରାଜ୍ୟ ବାହାରେ ମଧ୍ୟ ଏକ ଶ୍ରେଷ୍ଠ ଯାତ୍ରା ଭାବେ ପରିଚିତ ହୋଇପାରିଛି। ମହାନଦୀ ବେଳାଭୂମିରେ ଲୋକମାନେ କିଣା ବିକ୍ରି ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ସାମଗ୍ରୀ ଅର୍ଥାତ୍ ଅନ୍ୟାନ୍ୟ ଜିଲ୍ଲା ଓ ରାଜ୍ୟର ପ୍ରସିଦ୍ଧ ଖାଦ୍ୟ ମଧ୍ୟ ପାଇପାରୁଛନ୍ତି, ବୁଲା ବୁଲି, ନାଚ ଗୀତ ଏବଂ ଖେଳକୁଦ କରି ନିଜର ପରିବାର ସହ ଖୁସି ମନାଇପାରୁଛନ୍ତି।

ବାଲିଯାତ୍ରା ବେଳାଭୂମିରେ ପ୍ରତିଦିନ ବିଭିନ୍ନ ପ୍ରକାରର ଷ୍ଟଲ୍ ଲୋକଙ୍କୁ ଆକର୍ଷିତ କରୁଛି, ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାର ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ଷ୍ଟଲ୍ ଲୋକଙ୍କୁ ଆକର୍ଷିତ କରିଛି। ଏହି ସ୍ଵଂୟ ସହାୟକ ଗୋଷ୍ଠୀର ୨୩ ଜଣ ମହିଳା ଅଦରକାରୀ ପଦାର୍ଥ ସାହାଯ୍ୟରେ ଘରକରଣା ସାମଗ୍ରୀ ତିଆରି କରିଛନ୍ତି। ଯାହାକି ଲୋକଙ୍କୁ ଆକର୍ଷିତ କରିବା ସହ ଏହି ସାମଗ୍ରୀ କିଣିବା ପାଇଁ ପ୍ରତିଦିନ ଗ୍ରାହକଙ୍କ ଭିଡ଼ ଜମୁଛି। ସେମାନେ ହାତ ତିଆରି ସାମଗ୍ରୀ ବିକ୍ରି କରିବା ସହ ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ପଦାର୍ଥ ଓ ପ୍ରଣାଳୀ ବିଷୟରେ ମଧ୍ୟ ପ୍ରଶିକ୍ଷଣ ଦେଇଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×