ଫସଲ ବିବିଧିକରଣ କୃଷି କ୍ଷେତ୍ରରେ ଏକ ନୂଆ ବିପ୍ଲବ

0

ପ୍ରଥମ କଥା ଫସଲ ବିବିଧିକରଣ କଣ ଏକଥାକୁ ଟିକେ ଭଲ ଭାବରେ ବୁଝିବା ଓ ଜାଣିବା ଦରକାର । କାରଣ ଚାଷୀ ଏହାର ଉପକାରିତା ବିଷୟରେ ନ ଜାଣିଲେ ଏ ଦିଗରେ ଆଗକୁ ଯାଇପାରିବେ ନାହିଁ । ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ତଥା ତାପମାତ୍ରାରେ ଅନିଶ୍ଚିତତା ନିହାତି ଭାବେ କୃଷି କ୍ଷେତ୍ରକୁ ପ୍ରଭାବିତ କରୁଛି । ତେଣୁ ଏହା ସହ ତାଳ ଦେଇ ଆମକୁ ଉତ୍ପାଦନରେ ବୃଦ୍ଧି ଆଣିବା ଆହ୍ୱାନ । ଫସଲ ବିବିଧିକରଣ ଏହି ଆହ୍ୱାନ ଭିତରୁ ଅନ୍ୟତମ । ଫସଲ ବିବିଧିକରଣ ହେଉଛି ଇଣ୍ଟରକ୍ରପ ଅକାରରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମାନ କିମ୍ବା ଭିନ୍ନ ପ୍ରଜାତିର ଏକରୁ ଅଧିକ ବା ବିଭିନ୍ନ ପ୍ରକାରର ଫସଲ ଚାଷ କରିବାର ଅଭ୍ୟାସ । ଗୋଟିଏ ଫସଲ ଉପରେ ନିର୍ଭର ନକରି ଏହାକୁ ପ୍ରମୁଖ ପ୍ରାଧାନ୍ୟ ନଦେଇ ଏକାଧିକ ଫସଲ ଚାଷ କରିବାର ମାଧ୍ୟମ ହିଁ ଫସଲ ବିବିଧକରଣ । ଏହା ଦ୍ୱାରା ସ୍ୱଳ୍ପ ଅର୍ଥକାରୀ ଫସଲକୁ ପରିବର୍ତ୍ତନ କରି ଅଧିକ ଅର୍ଥକାର ଫସଲ ଉତ୍ପାଦନ କରାଯାଇପାରେ ।

ଧାନ ପରେ ଧାନ ନକରି ଅନ୍ୟ ଫସଲ ଚାଷ କରିବା ଫସଲ ବିବଧିକରଣର ଆହ୍ୱାନ । ଏହା କୃଷି କ୍ଷେତ୍ରରେ ଅନିଶ୍ଚିତତା ହ୍ରାସ କରିବା ସହ ପରିବେଶର ବିବିଧତା ଆଣିବାରେ ସାହାଯ୍ୟ କରେ । ଏହା ସହ ଫସଲର ବିବିଧତା ମୃତ୍ତିକାର ଉର୍ବରତାକୁ ଉନ୍ନତ କରିଥାଏ, କୀଟନାଶକ ଏବଂ ରୋଗ ପୋକ ନିୟନ୍ତ୍ରଣ କରିଥାଏ । ଏତଦଭିନ୍ନ ଏହା ଅମଳର ସ୍ଥିରତା, ପୁଷ୍ଟିକର ବିବିଧତା ମଧ୍ୟ ଆଣିଥାଏ । କୃଷି କ୍ଷେତ୍ରରେ ମୃତ୍ତିକାର ଉର୍ବରତା ରକ୍ଷଣାବେକ୍ଷଣ ପାଇଁ ଏକ ପରିବେଶଗତ ବିକଳ୍ପ ଭାବରେ ଏହାକୁ ବିବେଚନା କରାଯାଇପାରେ । ତେଣୁ ଏହା ସୂଚିତ କରେ ଯେ ଫସଲର ବିବିଧକରଣ ଗୋଟିଏ ଉପାୟରେ ଉନ୍ନତି କରି ତିନୋଟି ମୁଖ୍ୟ ଦିଗରେ ଉନ୍ନତି ଆଣିଥାଏ; ଉତ୍ପାଦକତା, ଜୀବିକାରେ ସ୍ଥିରତା , ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ।

ଭାରତ ଏକ ବିବିଧତା ପୂର୍ଣ୍ଣ ରାଷ୍ଟ୍ର ଭାବରେ ପରିଚିତ ଯେଉଁଠାରେ ସମୁଦାୟ ୭୦ ପ୍ରତିଶତରୁ ଅଧିକ ଲୋକ ଗାଁରେ ବସବାସ କରନ୍ତି । ଗ୍ରାମ୍ୟ ଜୀବନ ଆମ ଦେଶର ମୁଖ୍ୟ ପରିମାପକ କହିଲେ ଭୁଲ ହେବ ନାହିଁ । ଏହି ଗ୍ରାମ୍ୟ ପରିପାଟୀ ଭିତରେ ମୁଖ୍ୟ ଜୀବନ ଜୀବିକା ଭାବରେ ଲୋକ କୃଷିକୁ ହିଁ ଗ୍ରହଣ କରିଥାନ୍ତି । ଚାଷ ଓ ଚଷା ପୁଅ ହିଁ ଆମ ଅର୍ଥନୀତିର ମଙ୍ଗଧାର । ପାଖାପାଖି ୯୩ ପ୍ରତିଶତ କୃଷକଙ୍କ ପାଖରେ ୪ ହେକ୍ଟରରୁ କମ୍‌ ଜମି ଅଛି ଏବଂ ସେମାନେ ପ୍ରାୟ ୫୫ ପ୍ରତିଶତ ଚାଷଜମିରେ ଚାଷ କରନ୍ତି । ଆମ ଦେଶରେ ଭିନ୍ନ ଭିନ୍ନଜଳବାୟୁ ଓ ଅବସ୍ଥିତିକୁ ଅନୁମେୟ କଲେ ବହୁ ସଂଖ୍ୟକ କୃଷିଜାତ ଦ୍ରବ୍ୟ ବ୍ୟାପକ ଭାବରେ ଉତ୍ପାଦନ କରାଯାଏ । ଏହାକୁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଇପାରେ – ଖାଦ୍ୟଶସ୍ୟ ଫସଲ ଏବଂ ବ୍ୟବସାୟିକ ଫସଲ । ବର୍ଦ୍ଧିତ ଜନସଂଖ୍ୟାକୁ ଯଦି ନଜର ପକେଇବା ତେବେ ଲୋକ ମାନଙ୍କୁ ଖାଦ୍ୟ ଯୋଗାଇବା ଏକ ପ୍ରଥମ ପ୍ରାଥମିକତା ବୋଲି ଗ୍ରହଣ କରିବାକୁ ହେବ । ତେବେ ଏହି ଅଭାବର ଅନୁଭୂତି ହେତୁ ଗତ ୫୦ ବର୍ଷ ମଧ୍ୟରେ ଖାଦ୍ୟଶସ୍ୟରେ ଆତ୍ମନିର୍ଭରଶୀଳତା ଆମର ନୀତିର ମୂଳଦୁଆ ପାଲଟିଛି ।

nano urea

ଫସଲର ବିବିଧକରଣ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିଭିନ୍ନ ଫସଲ ଉତ୍ପାଦନରେ କରିବାର ଏକ ନିଆରା ମାଧ୍ୟମ । ଯାହା ଦ୍ୱାରା ବିଭିନ୍ନ ଫସଲ ଉପରେ ଉତ୍ପାଦନ ସମ୍ବନ୍ଧୀୟ କାର୍ଯ୍ୟକଳାପ ବିସ୍ତାର ହୋଇପାରିବ ଏବଂ ଫସଲ ଉତ୍ପାଦନ ଓ ଅମଳ ହ୍ରାସର ବିପଦ ମଧ୍ୟ ହ୍ରାସ ପାଇବ । ଅମାଦାନୀ ହ୍ରାସ କରିବା ଏକ ପ୍ରମୁଖ ଲକ୍ଷ୍ୟ ହେବା ସହ ଏହା ଦ୍ୱାରା ଜମିର ଗୁଣାତ୍ମକ ମାନ ବୃଦ୍ଧି ପାଇଥାଏ । ଆଧୁନିକ କୃଷି ପ୍ରଯୁକ୍ତିବିଦ୍ୟାର ଆଗମନ ସହିତ, ବିଶେଷକରି ଷାଠିଏ ଦଶକର ଶେଷ ତଥା ସତୁରି ଦଶକର ସବୁଜ ବିପ୍ଳବ ସମୟରେ, ଫସଲ ଦୃଷ୍ଟିରୁ ବିବିଧ କୃଷି ପାଇଁ କ୍ରମାଗତ ବୃଦ୍ଧି ଘଟିଛି ।

ସାଧାରଣ ଦୃଷ୍ଟିକୋଣରୁ, ଭାରତୀୟ କୃଷି ବିଭିନ୍ନ କାରଣରୁ ଅଧିକରୁ ଅଧିକ ପ୍ରଭାବିତ ହେଉଛି ଯେପରିକି ଜଳସେଚନ ସମ୍ପ୍ରସାରଣ, ଗ୍ରାମୀଣ ବଜାରର ଅନୁପ୍ରବେଶ, ସ୍ୱଳ୍ପ ସମୟର ବିକାଶ ଏବଂ ବିସ୍ତାର ଏବଂ ମରୁଡ଼ି ପ୍ରତିରୋଧକ ଫସଲ ପ୍ରଯୁକ୍ତିବିଦ୍ୟା ପ୍ରମୁଖ । ତେବେ କୃଷି ଉଦାରୀକରଣ ଏବଂ ଜଗତୀକରଣ ନୀତି ପରିପ୍ରେକ୍ଷୀରେ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ମଧ୍ୟ ମାଇକ୍ରୋ ଏବଂ ମାକ୍ରୋ ସ୍ତରରେ ଫସଲ ରଚନା ନିର୍ଣ୍ଣୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏହି ଅବସ୍ଥାରେ ଯେଉଁଠାରେ କୃଷି ଅଭିବୃଦ୍ଧି କ୍ଷେତ୍ର ବିସ୍ତାର ଅପେକ୍ଷା ଉତ୍ପାଦକତାରୁ ଅଧିକ ଫଳାଫଳ ପାଇଥାଏ, ସେଠାରେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ବାଟ ଖୋଲିପାରେ ।

ଫସଲ ବିବିଧିକରଣ ପକ୍ରିୟାରେ ଅନୁଭୂତ ବିଭନ୍ନ ସମସ୍ୟା ଯୋଗୁଁ ଏହା ସଠିକ ଭାବରେ ଅଧିକ ରୁ ଅଧିକ ବିନିଯୋଗ ହୋଇପାରୁ ନାହିଁ । ଯେପରିକି ଦେଶ ସ୍ୱାଧୀନତା ପରଠାରୁ ପନିପରିବା ସମେତ ବ୍ୟବସାୟିକ ଫସଲ ଅଧୀନରେ ଦେଶରେ ଫସଲର ବିବିଧତା ବୃଦ୍ଧି ପାଉଛି । ଅବଶ୍ୟ ଗତ ଦଶନ୍ଧିରେ ଏହା ପନିପରିବା ଏବଂ ଫସଲ ଅଧୀନରେ ବୃଦ୍ଧି ହୋଇଥିବା କ୍ଷେତ୍ରକୁ ସୁଦୃଢ଼ କରିପାରିଛି । ଏହାକୁ ବାଦ ଦେଲେ ଚିନି, କପା ଏବଂ ତୈଳବୀଜ ଫସଲ ଭଳି ବ୍ୟବସାୟିକ ଫସଲ ଉପରେ ମଧ୍ୟ କିଛି ମାତ୍ରାରେ ବୃଦ୍ଧି ପାଇଛି । ତେବେ ଏଥିରେ ଦେଖାଯାଉଥିବା ସମସ୍ୟାକୁ ଯଦି ଲକ୍ଷ୍ୟ କରିବା ତାହେଲେ ଆମ ଦେଶର ଦେଶର ଫସଲ ଚାଷ କରାଯାଉଥିବା ଅଞ୍ଚଳର ୧୧୭ ମିଟର / ହେକ୍ଟର ପ୍ରତି ୬୩-୬୫ ପ୍ରତିଶତ ବର୍ଷା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଅଟେ । ଏହା ବ୍ୟତୀତ ଜଳ ଉତ୍ସ ପରି ସମ୍ବଳର ଅତ୍ୟଧିକ ବ୍ୟବହାର, ପରିବେଶ ତଥା କୃଷିର ସ୍ଥାୟୀତ୍ୱ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଉନ୍ନତ ଧରଣର କ୍ଷମତା ଯୁକ୍ତ ମଂଜିର ଅଭାବ, କୃଷିରେ ଆଧୁନିକୀକରଣ ସହ ଠିକ ଭାବରେ ଭିତ୍ତିମୂମିର ଅଭାବ , ଅମଳ ପରବର୍ତ୍ତୀ କୃଷି ଉତ୍ପାଦ ପ୍ରସ୍ତୁତ ତଥା ସଠିକ ଜ୍ଞାନ ଏବଂ କୃଷକ ମାନଙ୍କ ଭିତରେ ସଚେତନତାର ଅଭାବ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି ।

ଆମ ରାଜ୍ୟର ଚାଷୀ ମାନେ ବି କୁଶଳୀ । ଏବେ ଓଡ଼ିଶାରେ ଅନେକ ସ୍ଥାନରେ ପସଲ ବିବିଧିକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ କାମ କରୁଛନ୍ତି । ଚାଷୀ ମାନଙ୍କ ଉତ୍ପାଦନ ବଢ଼ିବା ସହ ଆୟ ବଢ଼ାଇବା ଦିଗରେ ରାଜ୍ୟ ସରକାର ଫସଲ ବିବିଧିକରଣକୁ ପ୍ରାଥମିକତା ଦେଇଛନ୍ତି । ତେବେ ଏହା ଅଧିକରୁ ଅଧିକ ଚାଷୀଙ୍କ ଦ୍ୱାରା ଅଦୃତ ହେଲେ ନିଶ୍ଚିତ ଭାବରେ ଆମ ରାଜ୍ୟ କୃଷି ତ୍ରେରେ ସଶକ୍ତ ଓ ସ୍ୱାବଲମ୍ବୀ ହୋଇ ପାରିବ , ଏଥିରେ ସନ୍ଦେହ ନାହିଁ ।

ଡି ଶୁଭମ୍‌

Leave A Reply

Your email address will not be published.

1 × 4 =