ଶସ୍ୟ ସଂରକ୍ଷଣ-୧୫

0

କପାର ପତ୍ରମୋଡା ପୋକ ଆଉ ତାର ପରିଚାଳନା

କପା ଫସଲ ର କ୍ଷତିକାରୀ ଏହା ଏକ ପ୍ରଜାପତି ଜାତୀୟ କୀଟ ଅଟେ ଏବଂ ଏହି କୀଟ ର ଶୁକ ଅଥବା ଲାର୍ଭା ଅବସ୍ଥା ଗଛ କୁ କ୍ଷତି ପହଁଚାଇଥାଏ । ବୟସ୍କ ପ୍ରଜାପତି ଟି ଦେଖିବାକୁ କମଳା ଧୂସର ରଙ୍ଗର ଏବଂ ଏହାର ଡେଣା ଧାର ରେ କଳା ରଙ୍ଗର ପଟି ପରି ଦାଗ ରହିଥାଏ । ଲାର୍ଭା ଗୁଡିକଦେଖିବାକୁ ସବୁଜଏବଂ ପାରଦର୍ଶୀ । ଏହି ଲାର୍ଭା ମାନେ ପତ୍ର ର ଦୁଇ ଧାର କୁ ମୋଡି ଦିଅନ୍ତି ଏବଂ ତା ଭିତରେ ରହି ପତ୍ର କୁ ଖାଇଥାନ୍ତି ଯାହା ଫଳ ରେ ପତ୍ର ରେ ଧଳା ରଙ୍ଗ ର ଲମ୍ବାଳିଆ ଗାର ସବୁ ପଡ଼ିଯାଏ ।ଅଧିକ ଅକ୍ରାନ୍ତିତ ପୋକ ପୋଡାଳିଆ ଦିଶେ ଏବଂ ପତ୍ର ମୋଡା ରେ ଲାର୍ଭା ର ମଳ ପଡିଥିବାର ଦେଖାଯାଏ ।

ପରିଚାଳନା
• ସହନଶୀଳ କିସମ ର କପା ଚାଷ କରନ୍ତୁ
• ପତ୍ର କୁ ମୋଡ଼ିଥିବା ଅବସ୍ଥା ରେ ଲାର୍ଭା ଗୁଡି଼କ ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ
• ଯବକ୍ଷାରଯାନ ଜାତୀୟ ସାରା ଉଚିତ ପରିମାଣ ରେ ବ୍ୟବହାର କରନ୍ତୁ
• ଅନବନା ଘାସ କାଟି ଜମି କୁ ପରିସ୍କାର ରଖନ୍ତୁ ।
• ନିୟମିତ ଭାବେ ଫସଲ ନିରୀକ୍ଷଣ କରନ୍ତୁ ।
• ନିମ୍ନଲିଖିତ ଯେକୌଣସି କୀଟନାଶକ ସ୍ପ୍‌ରେ କରନ୍ତୁ –
୧. ଫୋସଲେନ (୩୫ ଇ.ସି) ହେକଟର ପିଛା ୧୫୦୦ ମି.ଲି
୨. କାର୍ବାରିଲ (୫୦ ଡବ୍ଲୁ.ପି) ହେକଟର ପିଛା ୧ କେଜି
୩. କାର୍ବୋସଲଫାନ (୬% ଜି) ହେକଟର ପିଛା ୧୬.୭ କେଜି
୪. ଫିପ୍ରନଲ (୮୦ % ଡବ୍ଲୁ.ଜି) ହେକଟର ପିଛା୫୦ -୬୦ଗ୍ରା

nano urea

ଋୁଦ୍ର ପ୍ରତାପ ସୁବୁଦ୍ଧି ,ସହକାରୀ ପ୍ରାଧ୍ୟାପକ , ମିଟସ୍‌ , ରାୟଗଡ଼ା

Leave A Reply

Your email address will not be published.

10 + eighteen =