ସବଡିଭିଜନ ସ୍ଥରରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର

ଚାଷୀଙ୍କ ଅମଳ ସମୟରେ ଶୀତଳ ଭଣ୍ଡାର ଅଭାବରୁ ଅତିକଷ୍ଟରେ ଫଳାଇଥିବା ଶସ୍ୟକୁ ଅତି ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ତେଣୁ ନିଜ ଅଂଚଳରେ ଶୀତଳ ଭଣ୍ଡାରଟିଏ କରିବାକୁ ସବୁଠି ଉଠୁଛି ଦାବି। ନୂଆ ସରକାର ମଧ୍ୟ ରାଜ୍ୟର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କୃଷି ଉତ୍ପାଦିତ ଦ୍ରବ୍ୟକୁ ବ୍ରିକିକରି ନିଜର ଆର୍ଥିିକ ମାନଦଣ୍ଡ ସୁଦୃଢ଼ କରିବାରେ ଏହି ନିର୍ବାଚନମଣ୍ଡଳୀର କୃଷକ ସିଦ୍ଧ ହସ୍ତ ବୋଲି ସରକାରୀଭାବେ ରେକର୍ଡ ରହିଛି। ଏଠାରେ ଚାଷ ଓ ଚାଷୀର ଭାଗ୍ୟକୁ ବଦଳାଇବା ପାଇଁ ଶୀତଳ ଭଣ୍ଡାର ଖୋଲିବା ଜରୁରୀ ବୋଲି ଶତାଧିକ କୃଷକ ରାଜ୍ୟ ସରକାର, କୃଷି ମନ୍ତ୍ରୀ, ଜିଲା ପ୍ରଶାସନ ନିକଟରେ ଦାବି କରିଆସୁଛନ୍ତି।

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେଉଥିବା କାଳିଆ ହିତାଧିକାରୀଙ୍କୁ ସାମିଲ କରାଯିବ ସହ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରୁ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ସାମିଲ କରାଯିବ। ଏଥିସହ ଶୀତଳ ଭଣ୍ଡାର ପ୍ରତିଷ୍ଠା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମେ ୫୮ଟି ସବଡିଭିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ। ପ୍ରତ୍ୟେକ ସବ୍ ଡିଭିଜନରେ ଗୋଟିଏ ଗୋଟିଏ ଶୀତଳ ଭଣ୍ଡାର ହେବା ଦ୍ବାରା ସବୁ ଅଞ୍ଚଳର ଚାଷୀମାନେ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି। ଚାଷୀମାନଙ୍କୁ ଚାଷ ଆରମ୍ଭରୁ ଫସଲ ବିକ୍ରି ପର୍ଯ୍ୟନ୍ତ ପ୍ରତି ପଦକ୍ଷେପରେ ସହଯୋଗ ଓ ସହାୟତା ଯୋଗାଇ ଦିଆଯିବ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×