ଜଳବାୟୁ ପରିବର୍ତ୍ତନ ଆଣୁଛି ଚାଷରେ ପରିବର୍ତ୍ତନ

0

ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ପ୍ରସଙ୍ଗ ଭାବରେ ଉଭା ହୋଇଛି ଜଳବାୟୁ ପରିବର୍ତ୍ତନ । ରାଜ୍ୟରେ ଅଗଷ୍ଟ ସୁଦ୍ଧା ନିଅଣ୍ଟିଆ ବଷାର୍ର ଯୋଗୁଁ ଚାଷୀକୁଳ ମଧ୍ୟରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଅଣ୍ଟିଆ ବର୍ଷା ସାଙ୍ଗକୁ ତାପମାତ୍ରାର ଅହେତୁକ ବୃଦ୍ଧି ହିଁ ଚାଷ ଉଜାଡୁଛି । ପ୍ରାୟ ୧୮ଟି ଜିଲ୍ଲାରେ ଏବେ ସ୍ୱାଭାବିକ ଠାରୁ କମ ବର୍ଷା କାରଣରୁ ମରୁଡ଼ି ପରିସ୍ଥିତି ଉପୁଜିବା ଆଶଙ୍କା କରିଛନନ୍ତି କୃଷି ପାଣିପାଗ ବିଶେଷଜ୍ଞ ଡ଼ ସୁରେନ୍ଦ୍ରନାଥ ପଶୁପାଳକ । ସାରା ଦେଶ ସମେତ ଓଡ଼ିଶାରେ ବର୍ଷାର ପରିମାଣ କମ ହୋଇଥିବା ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ଏଲ ନିନୋ ପ୍ରଭାବରେ ଏହି କମ ବର୍ଷା ହେଉଥିବା କଥା ସେ କହିଛନ୍ତି । ତେବେ ଆଗକୁ ଏହିପରି ଧାରା ଜାରି ରହିବାକୁ ଥିବାରୁ ଚାଷ କାର୍ଯ୍ୟର ଢ଼ାଂଚା ପରିବର୍ତ୍ତନ ଜରୁରୀ ବୋଲି ସେ ଅଭିହିତ କରିଛନ୍ତି । ତେବେ ସେପ୍ଟେମ୍ବର ୧ରେ ଉତ୍ତର ପଶ୍ଚିମବଙ୍ଗ ଉପରେ ସମ୍ଭାବ୍ୟ ଲଘୁଚାପ ଯାଗୁଁ ଏହା କ୍ରମଶଃ ବଢ଼ି ୪ ତାରିଖରେ ଉତ୍ତର ଆନ୍ଧ୍ର ଉପକୂଳ ଓ ସଂଲଗ୍ନ ଓଡ଼ିଶା ଉପକୂଳ ଦୂରରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ୮ ଓ ୯ ତାରିଖ ପର୍ଯ୍ୟନ୍ତ ବର୍ଷା କରାଇବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

5 × three =