ଚୌଧୁରୀ ଚରଣ ସିଂ ଏବଂ ଏମଏସ ସ୍ଵାମୀନାଥନଙ୍କୁ ଭାରତ ରତ୍ନ ପ୍ରଦାନ

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କୃଷକ ନେତା ଚୌଧୁରୀ ଚରଣ ସିଂ ଏବଂ ଜଣେ ଦକ୍ଷ ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜଣେ ବିଶ୍ୱସ୍ତରୀୟ ନେତା ଭାବରେ ପରିଚିତ ଏମଏସ ସ୍ଵାମୀନାଥନଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯିବ । ଆମ ଦେଶରେ କୃଷି ଓ କୃଷକଙ୍କ କଲ୍ୟାଣରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ଭାରତ ରତ୍ନ ସହ ଏହି ଦୁଇ ମହାନ ବ୍ୟକ୍ତିଙ୍କୁ ସମ୍ମାନୀତ କରିଛନ୍ତି ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଦେଶର ଜଣେ ପ୍ରଭାବଶାଳୀ କୃଷକ ନେତା ଭାବରେ ବିବେଚିତ ହୋଇଥିଲେ । ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ କୃଷକଙ୍କ ସ୍ବାର୍ଥରେ ଏପରି ଅନେକ ନିଷ୍ପତ୍ତି ନେଇଥିଲେ, ଯାହା ଆଜି ବି ସ୍ମରଣୀୟ । ସେ କୃଷି ଓ କୃଷକଙ୍କ ହକ୍ ପାଇଁ ଲଢିଥିଲେ । କୃଷି କ୍ଷେତ୍ରରେ ତାଙ୍କ ଅବଦାନକୁ ଅବିସ୍ମରଣୟ କରିବା ପାଇଁ ଆଜି ବି ତାଙ୍କ ଜନ୍ମ ଦିବସକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଉଛି । ସେହିପରି ଜଣେ ମହାନ୍ ନେତା ଏମଏସ ସ୍ଵାମୀନାଥନ୍ ଯିଏକି ସବୁଜ ବିପ୍ଳବର ଜଣେ ବିଶ୍ୱସ୍ତରୀୟ ନେତା ଥିଲେ । ଗହମ ଓ ଚାଉଳର ଉଚ୍ଚ ଅମଳକ୍ଷମ କିସମର ପରିଚୟ ତଥା ଆଗକୁ ବଢାଇବାରେ ତାଙ୍କର ନେତୃତ୍ବ ତଥା ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା । ସେଥିପାଇଁ ତାଙ୍କୁ ସବୁଜ ବିପ୍ଳବର ମୁଖ୍ୟ ସୁପତି ବୋଲି କୁହାଯାଏ । ଭାରତକୁ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ତାଙ୍କର ଅବଦାନ ମହାନ ଥିଲା । ସେ ଭାରତୀୟ କୃଷିକୁ ଆଧୁନିକୀକରଣ ଦିଗରେ ଏକ ଉତ୍କୃଷ୍ଟ ଉଦ୍ୟମ କରିଥିଲେ । ଏକ ଅଭିନବ ତଥା ପରାମର୍ଶଦାତା ତଥା ବହୁ ଛାତ୍ରଙ୍କ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନକୁ ଉତ୍ସାହିତ କରିବାରେ ତାଙ୍କର ଅମୂଲ୍ୟ କାର୍ଯ୍ୟକୁ ମଧ୍ଯ ସମ୍ମାନ ଦିଆଯିବା ଉଚିତ୍ । ଡକ୍ଟର ସ୍ବାମୀନାଥନଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କେବଳ ଭାରତୀୟ କୃଷିକୁ ପରିବର୍ତ୍ତନ କରିନାହିଁ ବରଂ ଦେଶର ଖାଦ୍ୟ ସୁରକ୍ଷା ଏବଂ ସମୃଦ୍ଧତାକୁ ମଧ୍ୟ ସୁନିଶ୍ଚିତ କରିଛି । ତେବେ ଭାରତ ସରକାରଙ୍କ ଏହି ଉଭୟଙ୍କୁ ଭାରତ ରତ୍ନ ସହ ସମ୍ମାନୀତ କରିବା ନିଷ୍ପତ୍ତି ଏକ ଆଦର୍ଶନୀୟ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×