ଫସଲ ବୀମା ପଞ୍ଜୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କୃଷି ଓ କୃଷକ ମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛନ୍ତି ।ଚଳିତବର୍ଷ ରାଜ୍ୟ ସରକାର ଚାଷୀ ମାନଙ୍କ ଫସଲ ବୀମା ପ୍ରିମିୟମ ଚାଷୀଙ୍କ କିଛା ୨ ହେକ୍ଟର ଯାଏଁ ବହନ କରିବେ ବୋଲି ଘୋଷଣା କରାଯାଇଛି । ଫସଲ ବୀମା ଯୋଜନା ଅଧିନରେ କୃଷକମାନେ ପଞ୍ଜୀକରଣ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି।  ପଞ୍ଜିକରଣ ପାଇଁ ଶେଷ ତାରିଖ ଜୁଲାଇ ୩୧ ତାରିଖ ରହିଛି। ଏହି ସମ୍ବନ୍ଧିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ଯ ଶାସନ ସଚିବ ଧାର୍ଯ୍ୟ ଲକ୍ଷ୍ୟ ସଂପୂର୍ଣ୍ଣ କରି ଚାଷୀମାନଙ୍କର ଯେତେ ଅଧିକ ସଂଖ୍ୟକ ନାମ ପଂଜୀକରଣ ହେବ, ତାହା ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୨୯ ଓ ୩୦ ତାରିଖ ୨ଦିନ ଛୁଟି ଥିବା ସତ୍ତ୍ୱେ  ଜିଲ୍ଲା ପ୍ରଶାସନ,କୃଷି ବିଭାଗ ସମସ୍ତେ ସହଯୋଗ କରି କାର୍ଯ୍ୟ ତ୍ୱରାନ୍ୱିତ କରି ଚାଷୀମାନଙ୍କର ବୀମା କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପଞ୍ଜୀକରଣ ପାଇଁ ରାଜ୍ୟ ସରକାର ନିଜଭାଗରେ ପ୍ରିମିୟମ ବହନ କରିବା ସହ କୃଷକମାନଙ୍କୁ  ୨ ହେକ୍ଟର ପର୍ଯ୍ୟନ୍ତ ପ୍ରିମିୟମ ଅଂଶ ମଧ୍ୟ ପ୍ରଦାନ କରୁଛନ୍ତି। ବ୍ୟାଙ୍କ ଆକାଉଣ୍ଟ ସଠିକତା ଯାଞ୍ଚ ପାଇଁ ଟୋକନ୍ ଭାବେ ଚାଷୀଙ୍କୁ ଆବେଦନ ପିଛା ମାତ୍ର ୧.୦୦ ଟଙ୍କା ଦେବାକୁ ପଡ଼ିବ। ରାଜ୍ୟରେ ପ୍ରାୟ ୨୫ ଲକ୍ଷ କୃଷକ ପଂଜୀକରଣ କରାଯାଇ ପ୍ରାୟ ୨୧ ଲକ୍ଷ ହେକ୍ଟର ଜମି ବୀମାଭୁକ୍ତ ହେବାର ଆଶା କରାଯାଇଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×