ଛାତ ଉପରେ ବଗିଚା – କ’ଣ ରହିଛି ଏହାର ଉପଯୋଗିତା

0

ଚାଷ ଜମିରେ ସବୁପ୍ରକାର ଫସଲ ଚାଷ କରାଯାଇଥାଏ । ଏକଥା ତ ସମସ୍ତଙ୍କୁ ଜଣା । କିନ୍ତୁ ଥରେ ଚିନ୍ତା କଲେ ଯଦି ସହରରେ ଘର କରି ରହୁଥିବେ , ଆଉ ଘର ଛାତ ଉପରେ ଭେଳିକି ଭେଳି ପନିପରିବା ଆଉ ଫୁଲଗଛ ଲାଗିଥିବ । ସଂନ୍ଧ୍ୟା ହେଲେ ମହମହ ପବନ ସହ ସେସବୁ ଖୁବ୍‌ ଆକର୍ଷଣୀୟ ଲାଗୁଥିବେ ,ଏହା ମନକୁ ଆନନ୍ଦିତ କରିବା ସହ ମାନସିକ ଶାନ୍ତି ପ୍ରଦାନ କରେ । ସେହି ପରିପ୍ରେକ୍ଷୀରେ ରୁଫଟପ୍‌ର ଆକ୍ଷରିକ ଅର୍ଥ ଛାତ ଉପର । ଅର୍ଥାତ ଏହା କୁହାଯାଇପାରେ ଘରର ଛାତ ଉପରେ ଜୈବିକ ଉପାୟରେ ବିଭିନ୍ନ ଫସଲ (ପନିପରିବା , ଫୁଲ , ଔଷଧୀୟ ଗଛ ଇତ୍ୟାଦି) ଚାଷ କରିବାର ପ୍ରଣାଳୀକୁ ରୁଫଟପ୍‌ ଗାଡେର଼୍ନିଙ୍ଗ କୁହାଯାଏ ।
ଏହା ସହରାଂଚଳ କୃଷିର ଏକ ସ୍ୱତନ୍ତ୍ର ଅବଦାନ । କହିବାକୁ ଗଲେ ଘରର ଛାତ ଉପରେ ଥିବା ଖାଲି ସ୍ଥାନ ସବୁବେଳେ ଅଦରକାରୀ ହୋଇ ପଡ଼ିରହିଥାଏ । ତେବେ ଏସବୁ ସ୍ଥାନକୁ ଯଦି କୋ÷ଣସି ଉପାୟରେ କର୍ମ ଉପଯୋଗୀ କରାଯାଇପାରନ୍ତା ତାହେଲେ ଏହା ସବୁଜମୟ ପରିବେଶ ସୃଷ୍ଟି କରିପାରିବ । ଘରର ଛାତ ଉପରେ ବଗିଚାଟିଏ ଉପଯୁକ୍ତ ସୂର୍ଯ୍ୟାଲୋକ ଓ ବର୍ଷା ପାଇପାରେ । ସବୁଠାରୁ ବଡ଼ କଥା ଏହା କି ରୁଫଟଫ ଗାଡେର଼୍ନିଙ୍ଗ କରିବା ଦ୍ୱାରା ଯେଉଁ ଜଳ ନଷ୍ଟ ହୋଇ ଯାଉଥିଲା ତାହାକୁ ରୋକାଯାଇପାରିବ । ପରିବେଶକୁ ସୁରକ୍ଷିତ ରଖାଯାଇପାରିବ । ସୁତରାଂ ଏହା ଏକ ଅତ୍ୟାଧୁନିକ କୋ÷ଶଳ ଓ କମ ଖର୍ଚ୍ଚରେ ଆତ୍ମନିର୍ଭରଶୀଳ ହେବାର ଏକ ନୂତନ ସୋପାନ ।
ଉପକାରିତା –
-ଶତକଡ଼ା ୫୦ଭାଗ ଜଳକୁ ସଂରକ୍ଷିତ କରାଯାଇପାରିବ ଓ ଏହା ଗଛର ବଂଶବିସ୍ତାରରେ ସାହାଯ୍ୟ କରିଥାଏ ।
-ଘରର ଛାତକୁ ଯେକୋ÷ଣସି କ୍ଷତିକାରକ ରଶ୍ମି ଓ ଅତ୍ୟଧିକ ତାପମାତ୍ରା କବଳରୁ ରକ୍ଷା କରିଥାଏ ।
-ଖରା ଦିନେ ଛାତ ଥଣ୍ଡା ଓ ଶୀତ ଦିନେ ଉଷୁମ ରହିଥାଏ ।
-ପରିବେଶ ପ୍ରଦୂଷଣରୁ ମୁକ୍ତ ତଥା ପରିବେଶ ସନ୍ତୁଳନରେ ସାହାଯ୍ୟ କରେ ।
-ମାନସିକ ଶାନ୍ତି ତଥା ଏହା ଆକର୍ଷଣୀୟ ପରିପାଟୀରେ ଶୋଭା ପାଇଥାଏ ।
-ଘର ଛାତ ଉପରେ ଥିବାରୁ ଉସ୍ୱେଦନ ପ୍ରକ୍ରିୟାରେ ଉତ୍ତାପ ହ୍ରାସ କରିଥାଏ ।

Leave A Reply

Your email address will not be published.

3 × two =