ମିଶନ୍‌ ଶକ୍ତି ସଦସ୍ୟାଙ୍କ ପାଇଁ ସଚେତନତା ଶିବିର

0

ରାଜ୍ୟ ସରକାର ସବୁ ସମୟରେ ମହିଳା ମାନଙ୍କ ବିକାଶ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିଆସୁଛନ୍ତି । ରାଜ୍ୟର ମହିଳା ମାନଙ୍କ ସଶକ୍ତିକରଣ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଚେଷ୍ଟା କରିଆସୁଛନ୍ତି । ଏହି ଉପକ୍ରମରେ ଗଂଜାମ ଜିଲ୍ଲାର ଛତ୍ରପୁର ଠାରେ ମିଶନ୍‌ ଶକ୍ତି ମହିଳା ମାନଙ୍କ ପାଇଁ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକମ୍ରରେ ପ୍ରାୟ ୪୦୦ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗଦେଇଥିଲେ । ତେବେ ଉକ୍ତ କାର୍ଯ୍ୟକ୍ରମରେ ୩୬୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୮.୯୦କୋଟି ଟଙ୍କାର ବ୍ୟାଙ୍କ ଲିଙ୍କେଜ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

9 − two =