ମିଲେଟ୍ ଶକ୍ତି କାଫେ ପରିଭ୍ରମଣ କଲେ ବିହାର କୃଷି ସଚିବ

ଓଡ଼ିଶାର ମିଲେଟ୍ ଶକ୍ତି କା ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଦ୍ଵାରା ପରିଚାଳିତ କରାଯାଉଛି। ଏହି କାଫେ ରାଜ୍ୟର ବିଭିନ୍ନ ମୁଖ୍ୟ ସ୍ଥାନମାନଙ୍କରେ ଖୋଲାଯାଇଛି, ଯାହାକି ରାଜ୍ୟ ଏବଂ ବାହାର ରାଜ୍ୟର ଆଦରଣୀୟ ହୋଇପାରିଛି। ଅଧିକାଂଶ ଲୋକ ମିଲେଟ୍ ଶକ୍ତି କାଫେର ପୁଷ୍ଟିସାରଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। ବିହାର କୃଷି ବିଭାଗ ସଚିବ ଶ୍ରୀ ସଞ୍ଜୟ କୁମାର ଅଗ୍ରୱାଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଭୁବନେଶ୍ବରସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲରେ ଥିବା ମିଲେଟ୍ ଶକ୍ତି କାଫେ ପରିଦର୍ଶନ କରିଛନ୍ତି। ଏହି କାଫେ ରାଧାରାଣୀ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଦ୍ଵାରା ପରିଚାଳନା କରାଯାଉଛି।

ବିହାରର କୃଷି ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ପରିଦର୍ଶନ କରିବା ସହ ଦାୟିତ୍ଵରେ ଥିବା ରାଧାରାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟର ସ୍ୱାଦ ଚାଖିବା ସହ ବରମୁଣ୍ଡା ସ୍ଥିତ ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ ପରିଭ୍ରମଣ କରିଥିଲେ। ଏହି ଟିମ୍ ଓଡ଼ିଶାରେ ପୁଷ୍ଟିଶସ୍ୟର ପୁନଃରୁଦ୍ଧାର ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଯଥା ଚାଷ ପଦ୍ଧତି, ଚାଷୀଙ୍କୁ ସହାୟତା ପ୍ରଦାନ, ବିହନ ଯୋଗାଣ, ପ୍ରକ୍ରିୟାକରଣ, କାଫେ ଓ ଆଉଟଲେଟ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତି ଏବଂ ଏହାର ପ୍ରଚାର ପ୍ରସାର ଆଦି ସମ୍ପର୍କରେ ଆଲୋଚନା କରିଥିଲେ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×