ଓଡ଼ିଶା ଏକ କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ ବିଭିନ୍ନ ଅଞ୍ଚଳର ଚାଷୀମାନେ ଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ ଦେଖାଇବା ସହ ଭିନ୍ନ କୃଷି ପ୍ରଣାଳୀ ପ୍ରଦର୍ଶନ କରି ନିଜର ପରାକ୍ରମ ଦେଖାଉଛନ୍ତି। ଯାହାକି ରାଜ୍ୟକୁ ଶ୍ରେଷ୍ଠ ସ୍ତରରେ ପହଞ୍ଚାଇବା ପାଇଁ ସାହାଯ୍ୟକାରି ହୋଇପାରୁଛି। ନୂଆପଡ଼ାର ଭରୁଆମୁଣ୍ଡା ଅଞ୍ଚଳରେ ଆୟୋଜିତ ଏକ ଗ୍ରାମ୍ୟସ୍ତରୀୟ ତଥ୍ୟାବଳୀ କାର୍ଯ୍ୟକ୍ରମରେ ଚାଷୀମାନେ ସେମାନଙ୍କର ସମୃଦ୍ଧ ପାରମ୍ପରିକ ଜ୍ଞାନକୁ ପରିବେଷଣ କରିଛନ୍ତି। ୩୦ ପ୍ରକାରର ଦେଶୀ ଫସଲ କିସମ ଓ ୧୮ ପ୍ରକାରର ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରି ସେମାନେ ଅଞ୍ଚଳର ଜୈବ ବିବିଧତାକୁ ପୁନର୍ଜୀବିତ କରିଛନ୍ତି।
ନୂଆପଡ଼ାର ଭାରୁଆମୁଣ୍ଡା ଗାଁ ଏକ ସଂସ୍କୃତି ପ୍ରମୁଖତଃ ଗ୍ରାମ୍ୟ ଏବଂ କୃଷିପ୍ରଧାନ ମଧ୍ୟ। ଅଞ୍ଚଳର ଅଧିକାଂଶ ଲୋକ ଚାଷ ଉପରେ ହିଁ ନିର୍ଭରଶୀଳ। ଅଞ୍ଚଳର ଚାଷୀମାନେ ସ୍ଵତନ୍ତ୍ର ପ୍ରଣାଳୀରେ ଦେଶୀ ଫସଲ କିସମ ଉତ୍ପାଦନ କରିବା ସହ ନିଜର ଗୁଜୁରାଣ ମେଣ୍ଟାଇବାରେ ସଫଳ ହୋଇପାରିଛନ୍ତି। ନୂଆପଡାରେ ପାରମ୍ପରିକ ଖାଦ୍ୟର ଅନେକ ପ୍ରାଧାନ୍ୟ ରହିଛି, ଯାହାକି ଆନ୍ତର୍ଜାତୀୟ ସ୍ଥରରେ ମଧ୍ୟ ଲୋକ ପରିଚିତ ରହିଛି। ଖାଦ୍ୟ ପ୍ରତି ସେମାନଙ୍କ ସମ୍ମାନ ଏବଂ ପ୍ରୟାସ ସେମାନଙ୍କୁ ବଞ୍ଚିବାର ମାଧ୍ୟମ ଦେଖାଇଛି। ଆଗରୁ ଖାଦ୍ୟ ଅଭାବରୁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ମଧ୍ୟ ବର୍ତ୍ତମାନ ସେ ପରିସ୍ଥିତିର ଉନ୍ନତି ଘଟିଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ