ଚାଷ ଜମିରେ ବ୍ୟବହୃତ ରାସାୟନିକ ଔଷଧ ଉପରେ ଲାଗିଲା ରୋକ୍

ଚାଷ ଜମିରେ ରାସାୟନିକ ସାରର ପ୍ରଭାବ ଏବେ ଏକ ଆଲୋଡନ ସୃଷ୍ଟି କରିଛି। ଚାଷର ଗୁଣାତ୍ମକ ମାନ ହ୍ରାସ କରିବା ସହ ଏହା ମଣିଷର ଜୀବନ ଉପରେ ବି କୁପ୍ରଭାବ ପକାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଅତ୍ୟନ୍ତ ବିଷାକ୍ତ କୀଟନାଶକ ଔଷଧ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି। ଏହି ରାସାୟନିକ ପଦାର୍ଥର ମଣିଷ ଓ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।ଏହି ନିଷେଧାଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଛି, ଏବଂ ସମଗ୍ର ରାଜ୍ୟରେ ପାରାକ୍ୱାଟ୍ ବିକ୍ରି ବା ଷ୍ଟକ୍ ଏବଂ ଉତ୍ପାଦନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି କଟକଣା ପ୍ରାଥମିକ ଭାବେ ଦୁଇ ମାସ ପାଇଁ କାର୍ଯ୍ୟକାରୀ ହେବ। ଗବେଷଣା ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ବୈଜ୍ଞାନିକ ମତ ଜାଣିବା ପରେ ରାଜ୍ୟ ସରକାର ଓଡ଼ିଶାରେ ପାରାକ୍ୱାଟ୍ ଉପରେ ସ୍ଥାୟୀ କଟକଣା ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦେବେ।

ମୋ ସରକାର’ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲୋକଙ୍କ ମତାମତ ମିଳିବା ପରେ ପାରାକୁଟ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାସାୟନିକ ବିଷକ୍ରିୟା ଯୋଗୁ ଯେପରି ଆଉ କୌଣସି ମନୁଷ୍ୟ ଜୀବନ ହାନି ନ ହୁଏ ସେଥିପାଇଁ ପାରାକୁଟ୍ ଉପରେ କଟକଣା ଲଗାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସରକାର କୃଷି ଓ ସମ୍ପୃକ୍ତ ସରକାରୀ ବିଭାଗର ନିଯୁକ୍ତ ଅଧିକାରୀଙ୍କ ସମେତ ଓୟୁଏଟି ଓ କୃଷି ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକଙ୍କ ପ୍ରେସକ୍ରିପସନକୁ ବାଧ୍ୟତାମୂଳକ କରିଛନ୍ତି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×