ବୈଜୟନ୍ତୀ ସାଜିଛନ୍ତି ‘ ସୁପର ୱିମେନ୍ ‘

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଗ୍ରାମର ବୈଜୟନ୍ତୀ ନାୟକ ଅନ୍ୟଠାରୁ ୫ ଏକର ଜମି ଲିଜରେ ନେଇ ମାଣ୍ଡିଆ ଚାଷ କରି ନିଜକୁ ଏକ ସୁପର ୱୀମେନ୍ ଭାବେ ପରିଚିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଆଦିବାସୀ ଅଞ୍ଚଳର ମହିଳାମାନେ ବିଶେଷ କରି ଚାଷ କାର୍ଯ୍ୟକୁ ଅଧିକ ଗୁରୁତ୍ବ ଦେଇ ପୁରୁଷଙ୍କ ଠାରୁ କମ୍ ନୁହନ୍ତି ବୋଲି ପ୍ରମାଣ କରିଛନ୍ତି। ନିଜର ଭାର ନିଜେ ସମ୍ଭାଳିବାରେ ସକ୍ଷମ ହୋଇଛନ୍ତି। ବୈଜୟନ୍ତୀ ୨୦୨୧ ମସିହାରୁ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ପୁଷ୍ଟିଶସ୍ୟ ଚାଷ ପାଇଁ ପ୍ରୋତ୍ସାହନ ପାଇ ଏହିପରି ଚାଷ ଜମିରେ ମାଣ୍ଡିଆ ଚାଷ କରିଆସୁଛନ୍ତି। ମାଣ୍ଡିଆ ଚାଷ ରାଜ୍ୟର ଅନେକ ମହିଳାଙ୍କୁ ଏକ ନୂତନ ପରିଚୟ ଦେଇଆସିଛି।

ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ବାରା ଶ୍ରେଷ୍ଠ ମାଣ୍ଡିଆ ଚାଷୀ ଭାବେ ପୁରସ୍କୃତ ହୋଇପାରିଛନ୍ତି। ଏତଦ୍ ବ୍ୟତୀତ ନିଜର ଆତ୍ମବିଶ୍ବାସ ନିଜ ଅଞ୍ଚଳରେ ଏକ ପ୍ରେରଣାର ଉତ୍ସ ସାଜିଛି, ଯାହାକି ଏକ ଗର୍ବ ଗୌରବର ବିଷୟ ପାଲଟିଛି। ଦିନକୁ ଦିନ ଚାଷ ପାଇଁ ସରକାରଙ୍କ ପ୍ରମୁଖ ଗୁରୁତ୍ବ ରାଜ୍ୟର ଅନେକ ଚାଷୀଙ୍କୁ ଚାଷ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଛି। ରାଜ୍ୟ ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଦେଉଛନ୍ତି। ଉତ୍ପାଦିତ କୃଷିଜାତ ଦ୍ରବ୍ୟ ପାଇଁ ମଧ୍ୟ ସରକାର ବର୍ଦ୍ଧିତ ମୂଲ୍ୟ ଏବଂ ମଣ୍ଡିର ବ୍ୟବସ୍ଥା କରିଛନ୍ତି। ଯାହାଦ୍ବାରା ଚାଷୀମାନେ ଲାଭବାନ ହୋଇପାରୁଛନ୍ତି।

ତଥ୍ୟ ସଂଗୃହିତ – ଶ୍ରୀ ଅନ୍ନ ଅଭିଯାନ

Spread the love

Leave a Comment

Your email address will not be published. Required fields are marked *

Scroll to Top
×