ମହିଳା ସଶକ୍ତିକରଣର ଦୃଷ୍ଟାନ୍ତ ପାଲଟିଛନ୍ତି ବେବି ସାହୁ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଉଥିବା ଯୋଜନା ଯଥା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ରାଜ୍ୟର ପୁରୁଷ ସମେତ ଅଧିକାଂଶ ମହିଳା ସ୍ବାବଲମ୍ବୀ ହୋଇପାରୁଛନ୍ତି। ଧାନ, ପୁଷ୍ଟିଶସ୍ୟ, ପନିପରିବା, ଫଳ, ମାଛ ଆଦି ଚାଷ କରିବା ସହ ସର୍ଭିସ୍ ସେଣ୍ଟର୍ ସ୍ଥାପନ କରି ନିଜେ ସଶକ୍ତ ହୋଇପାରିଛନ୍ତି। ପର୍ଯ୍ୟାୟ କ୍ରମେ ବରଗଡ଼ ଜିଲ୍ଲାର ରେମୁଣ୍ଡା ଗ୍ରାମର ଶ୍ରୀମତୀ ବେବୀ ସାହୁ ନାମକ ମହିଳା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରୁ ଆର୍ଥିକ ସହାୟତା ପାଇ ନିଜର ଏକ ଅଗ୍ରୋ ସର୍ଭିସ୍ ସେଣ୍ଟର୍ ସ୍ଥାପନ କରି ମହିଳା ସଶକ୍ତିକରଣର ଏକ ଦୃଷ୍ଟାନ୍ତ ପାଲଟିଛନ୍ତି।

ସେ ନିଜର କଠିନ ପରିଶ୍ରମ ବଳରେ ନିଜ ଗ୍ରାମରେ ଖମାରୀ ଓ ଖମାରୀ ଅଗ୍ରୋ ସର୍ଭିସ୍ ସେଣ୍ଟର୍ ଖୋଲିଛନ୍ତି। ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଯଥା : ମାଟି କର୍ଷଣ ଠାରୁ ଆରମ୍ଭ କରି ବିହନ ବୁଣିବା, ତଳା ରୋପଣ କରିବା, ଶସ୍ୟ ଅମଳ କରିବା ପର୍ଯ୍ୟନ୍ତ ଆବଶ୍ୟକ ଯନ୍ତ୍ରପାତି ଦେଖିବାକୁ ମିଳୁଛି। ଏହାଦ୍ବାରା ଯନ୍ତ୍ରପାତି ସାହାଯ୍ୟରେ ନିଜେ ଚାଷ କାର୍ଯ୍ୟ କରିବା ସହ ସ୍ଥାନୀୟ ଚାଷୀ ମାନେ ଉପକୃତ ହୋଇପାରୁଛନ୍ତି। ଯାହା ଫଳରେ ଚାଷ କାର୍ଯ୍ୟ ସହଜ ହେବା ସହ ଭଲ ଉପାର୍ଜନ ମଧ୍ୟ କରିପାରୁଛନ୍ତି। ପ୍ରଥମେ ସେ ଯନ୍ତ୍ରପାତି ପାଇଁ ୩୬ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟ କରି, ପରେ ୫୦ ପ୍ରତିଶତ ରିହାତି ହିସାବରେ ସବସିଡି ପାଇଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×