ଧାନ ଫସଲରେ ଆଜୋଲାର ବ୍ୟବହାର

0

ଏହା ଏକପ୍ରକାର ଦଳ । ଏହାର ପତ୍ରଗୋଲରେ ନୀଳହରିତ ଶୈବାଳ ବାସ କରି ଯବକ୍ଷାରଜାନ ନିବନ୍ଧିତ କରେ । ଏହି ଦଳ ଖୁବ୍‌ଶୀଘ୍ର ବଂଶବିସ୍ତାର କରି ବଢିପାରେ । ଧାନ ରୋଇବା ପୂର୍ବରୁ ବା ବେଉଷଣ କରିବାର ୨/୩ ସପ୍ତାହ ଆଗରୁ ଜମିରେ ୪ଇଂଚ ଠିଆ ପାଣି ରଖି ଆଜୋଲା ଦଳ ଛାଡ଼ି ଦିଆଯାଏ । ଏଥିପାଇଁ ହେକ୍ଟର ପିଛା ୧୦୦୦ କିଗ୍ରା ଛଣା ଆଜୋଲା ଦଳ ଆବଶ୍ୟକ । ଏହି ପରିମାଣ ଆଜୋଲା ଦଳ ପାଇବା ପାଇଁ ଆଗରୁ ପୋଖରୀ ବା ପାଣି ଜମି ରହୁଥିବା କୋ÷ଣସି ଖାଲୁଆ ସ୍ଥାନରେ ଆଜୋଲା ଦଳର ବଂଶ ବିସ୍ତାର କରିପାରେ ଏବଂ ସେଠାରୁ ସଂଗ୍ରହ କରି ଆଣି ଧାନ ଜମି ରେ ଛଡ଼ାଯାଏ । ଆଜୋଲା ଦଳ ଶୀଘ୍ର ବଢିବା ପାଇଁ ଓ ବଂଶବିସ୍ତାର ଲାଭ କରିବା ପାଇଁ ମୃତ୍ତିକାର ଗ୍ରହଣୀୟ ଫସ୍‌ଫେଟ ପରିମାଣ ଅଧିକ ହେବା ଦରକାର । ତା ନହେଲେ ଆଜୋଲା ଦଳ କିଆରୀରେ ପକାଇବା ସମୟରେ ପ୍ରତି ୭/୮ ଦିନ ବ୍ୟବଧାନରେ ରକ୍‌ ଫସଫେଟ୍‌ ପ୍ରୟୋଗ କରାଯାଏ । ଏହି ଫସ୍‌ଫେଟ୍‌ ସାର ପରବର୍ତ୍ତୀ ଧାନ ଫସଲର ଆବଶ୍ୟକତାକୁ ପୂରଣ କରେ । ଆଜୋଲା ବିସ୍ତାର ଲାଭ କରିବା ପାଇଁ ୪-୫ ସପ୍ତାହ ଲାଗେ । ତା ପରେ ଜମିରୁ ପାଣି ନିଗାଡ଼ି ଦେଇ ଚଷିଦେଲେ ଆଜୋଲା ଦଳ ମୃର୍ତ୍ତିକାରେ ମିଶିଯାଏ ଓ ଖୁବଶୀଘ୍ର ସଢିଯାଏ । ଆଜୋଲା ଦ୍ୱାରା ଧାନ ଫସଲ ପାଇଁ ୧ ହେକ୍ଟର ପିଛା ୧୦-୩୦ କିଗ୍ରା ଯବକ୍ଷାରଜାନ ମୃର୍ତ୍ତକାରେ ମିଶେ । ଧାନ ରୋଇବା ପରେ ବା ବେଉଷଣ କରିସାରିବା ପରେ ମଧ୍ୟ ଜମିରେ ପାଣି ରଖି ଆଜୋଲା ଛାଡ଼ି ଦିଆଯାଏ ଏବଂ ଆଜୋଲା ବିସ୍ତାର ଲାଭ କଲାପରେ ଜମିରୁ ପାଣି ନିଷ୍କାସନ କରିଦେଲେ ଆଜୋଲା ମାଟିରେ ସଢି ମିଶିଯାଏ ।

nano urea

ଆଜୋଲା ଏହିଭଳି ଏକ ଜଳଜାତୀୟ ଫର୍ଣ୍ଣ । ଏହା ମୁଖ୍ୟତଃ ଧାନ ଫସଲରେ ବ୍ୟବହୃତ ହୁଏ । ଆଜୋଲ, ନାଇଟ୍ରୋଜେନ୍‌ ଫିକ୍ସିଙ୍ଗ୍‌ ଆନବେନା ସହ ମିଶି ଏକ ପ୍ରମୁଖ ଜୈବିକ ସାରର ଭୂମିକା ନିଭାଇଥାଏ । ଆଜୋଲା ଧାନ ଚାରାର ଧାଡ଼ି ଧାଡ଼ିରେ ମଧ୍ୟ ବଢ଼ାଯାଇପାରେ ଏବଂ ଏହାପରେ ଏହାକୁ ନେଇ ପ୍ରୟୋଗ କରାଯାଏ । ବାୟୋମାସ୍‌ ଉତ୍ପାଦନ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଦ୍ରୁତ ନାଇଟ୍ରୋଜେନ୍‌ ଫିକ୍ସିଙ୍ଗ୍‌ ଭାବେ ମଧ୍ୟ ଆଜୋଲା ପିନଟା ବ୍ୟବହୃତ ହୁଏ । ଏତଦ୍‌ଭିନ୍ନ ଆଜୋସ୍ପିରିଲମ୍‌ ମଧ୍ୟ ବ୍ୟବହାର କରାଯାଏ । ଏହି ସବୁ ବର୍ତ୍ତମାନ ସମୟରେ ଏକ ଯୁଗାନ୍ତକାରୀ ପଦକ୍ଷେପ । କୃଷି କ୍ଷେତ୍ରରେ ଏହାର ଉପଯୋଗ ଉତ୍ପାଦନରେ ଶତଗୁଣ ବୃଦ୍ଧି କରିବା ସହ ହାନିକାରକ ହୋଇ ନଥାଏ ।

Leave A Reply

Your email address will not be published.

six − five =