ଜାତୀୟ ମତ୍ସ୍ୟ ଚାଷୀ ଦିବସ

0

ସବୁଠୁ ଉତ୍ତମ ମାଛ ଚାଷ, ଉନ୍ନତ ପ୍ରଣାଳୀରେ କରିବା ଆସ ।।ଓଡ଼ିଶାର ଅନୁଗୁଳ ଠାରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମତ୍ସ୍ୟବିଜ୍ଞାନୀ ପ୍ରଫେସର ହିରାଲାଲ୍ ଚୌଧୁରୀ ଙ୍କ ଗବେଷଣାର ଫଳସ୍ୱରୂପ ଓ ଡ. କେ. ଏଚ୍. ଆଲିକୁନି ଙ୍କ ସହଯୋଗରେ ୧୯୫୭ ମସିହା ଜୁଲାଇ ୧୦ ତାରିଖ ଦିନ ପ୍ରଥମ ଥର ପାଇଁ ଆବଦ୍ଧ ପୋଖରୀରେ “ପ୍ରବର୍ତ୍ତିତ ପ୍ରଜନନ ପଦ୍ଧତି” ର ଶୁଭାରମ୍ଭ ହୋଇଥିଲା । ଏହି ସଫଳତା କୁ ମତ୍ସ୍ୟ ଚାଷୀ ମାନଙ୍କ ଉଦେଶ୍ୟରେ, ଭାରତ ସରକାର ୨୦୦୧ ମସିହାରୁ ୧୦ ଜୁଲାଇ କୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ରୂପେ ପାଳନ କରି ଆସୁଛନ୍ତି । ଚାଷୀ ମାନଙ୍କର ଉଦ୍ୟମ, ଦୃଢ ଇଛା ଶକ୍ତି ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁ, ଦେଶ ର ଅର୍ଥନୀତି ଗତିଶୀଳ ହୁଏ ଓ ଆମକୁ ପୁଷ୍ଟିକର ଖାଦ୍ୟ ମିଳିଥାଏ । ମତ୍ସ୍ୟ ଚାଷୀ ମାନଙ୍କର ସାମାଜିକ ଓ ଅଥନୈତିକ ବିକାଶ ହେଲେ, ଆଗାମୀ ପିଢ଼ି ମତ୍ସ୍ୟ ଚାଷ କୁ ଏକ ସମ୍ମାନଜନକ ବେଉଷା ଭାବରେ ଗ୍ରହଣ କରିବେ ।

nano urea

ଡ. ଗଣେଶ ଚନ୍ଦ୍ର କୁଣ୍ଡ ,ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ (ଓ.ୟୁ.ଏ.ଟି)

Leave A Reply

Your email address will not be published.

thirteen + 4 =