ଭର୍ମିୱାଶ ପ୍ରୟୋଗ ଦ୍ଵାରା ଫସଲର ଗୁଣବତ୍ତା ଓ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି

0

ଜମିରେ ଲଗାତାର ରାସାୟନିକ ସାର ବ୍ୟବହାର କରିବା ଦ୍ବାରା ମାଟିର ଭୌତିକ, ରାସାୟନିକ ଏବଂ ଜୈବିକ ଗୁଣ ହ୍ରାସ ପାଏ I ଏ କ୍ଷେତ୍ରରେ ଜୈବିକ ଉପାୟରେ ଭର୍ମିୱାଶ ଉପ‌ଯୋଗ ଏକ ଉତ୍ତମ ବିକଳ୍ପ । ଏଥିରେ ଜିଆ ଦ୍ବାରା ନିର୍ଗତ ହର୍ମୋନ୍, ପୋଷକତତ୍ତ୍ୱ ଏବଂ ଏନଜାଇମ୍‌ଯୁକ୍ତ, ଆଜେଟୋବ୍ୟାକ୍ଟର, ଫସଫରସ ଦ୍ରବୀଭୂତ ଜୀବାଣୁ ମିଳିଥାଏ I ଏଥିରେ ରୋଗପ୍ରତିରୋଧକ ଗୁଣ ଅଧିକ ରହିଥିବାରୁ ଏହାକୁ ପ୍ରୟୋଗ କରିବା ଦ୍ବାରା ଫସଲ ଉତ୍ପାଦନ ବୃଦ୍ଧି ଓ ରୋଗପୋକ ଲାଗିବାର କମ୍ ଆଶଙ୍କା ରହିଥାଏ। ଭର୍ମିୱାଶ୍ ପ୍ରୟୋଗରେ ୧୦ରୁ ୧୫ ପ୍ରତିଶତ ଉତ୍ପାଦନ ବୃଦ୍ଧି ହୋଇଥାଏ I

nano urea

ଶସ୍ୟଜାତୀୟ କିମ୍ବା ଡାଲିଜାତୀୟ ଫସଲରେ ଏହାକୁ ପ୍ରୟୋଗ କରିବା ଦ୍ବାରା ଫସଲର ଗୁଣବତ୍ତା ବୃଦ୍ଧି ପାଏ I ପନିପରିବା ଏବଂ ଫୁଲଜାତୀୟ ଗଛରେ ଅଧିକ ଫଳ ଓ ଫୁଲ ଧରେ । ଗଛର ବିକାଶ ହେବା ସହ କୃଷିକାର୍ଯ୍ୟ ପାଇଁ କମ୍ ଜଳର ଆବଶ୍ୟକତା ହୋଇଥାଏ । ପରିବେଶ ପ୍ରଦୂଷିତ ହୁଏ ନାହିଁ I ମାଟିର ଜଳଗ୍ରହଣ ଶକ୍ତିରେ ବୃଦ୍ଧି ହୁଏ । ଫସଲ ଉତ୍ପାଦନ ପାଇଁ ଅଧିକ ଔଷଧର ଆବଶ୍ୟକ‌ତା ପଡ଼େନି । ତେବେ ଏହି ଭର୍ମିୱାଶ୍ ପ୍ରସ୍ତୁତ କରିବା ପାଇଁ ଛାଇ ସ୍ଥାନ ଉପଯୁକ୍ତ ହୋଇଥାଏ । ଏଥିପାଇଁ ଉନ୍ନ‌ତ ପ୍ରଜାତି ଜିଆ ଯଥା – ଅଇସିନିଆ ଫୋଟିଡା ଆଦି ବ୍ୟବହାର କରିବା ଉଚିତ୍ । ସଫା ପାଣି ବ୍ୟବହାର କରିବା ସହ ଯେପରି କଞ୍ଚା ଗୋବର ବ୍ୟବହାର ନ କରନ୍ତି ସେ ପ୍ରତି ଧ୍ୟାନ ଦେବା ଉଚିତ୍, କାରଣ ଏହାଦ୍ବାରା ଜିଆ ମୃତ୍ୟୁବରଣ କରନ୍ତି I ଜିଆକୁ ସାପ, ବେଙ୍ଗ, ଝିଟିପିଟି ତଥା ଅନ୍ୟାନ୍ୟ ପୋକ ଦାଉରୁ ରକ୍ଷା କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଦରକାର ।

Leave A Reply

Your email address will not be published.

20 + 6 =