ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା କ୍ଷେତ୍ରପାଳ ଚାଷୀ ଉତ୍ପାଦକ କମ୍ପାନୀ

ରାଜ୍ୟରେ ଚାଷୀଙ୍କ ପାଇଁ ରୋଜଗାର ଏବଂ ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବା ପାଇଁ କୃଷି ଏକ ମୂଳ ପନ୍ଥା ପାଲଟିଛି।ଏହି ପରିପ୍ରେକ୍ଷୀରେ ନିଜସ୍ଵ ଉଦ୍ୟମ ଓ ସରକାରୀ ସହାୟତା ବଳରେ ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା କ୍ଷେତ୍ରପାଳ ଚାଷୀ ଉତ୍ପାଦକ କମ୍ପାନୀ। ୪୨ଟି ଗାଁ ଲୋକଙ୍କୁ ନେଇ ବିନା ମଧ୍ୟସ୍ଥିରେ ନିଜ କୃଷି ଉତ୍ପାଦର ବିପଣନ ଏବଂ ପ୍ରକ୍ରିୟାକରଣ କରୁଛନ୍ତି। ଓୟୁଏଟି ଏବଂ ନାବାର୍ଡ ସହାୟତାରେ ଏହା ସମ୍ଭବ ହୋଇଛି। ଚାଷୀ ମାନେ ନିଜ ଉତ୍ପାଦିତ ଶସ୍ୟର ଉପଯୁକ୍ତ ମୂଲ୍ୟ ପାଉନଥିବା ବେଳେ କୁଷକ ଉତ୍ପାଦକ ସଂଗଠନ ଆୟବୃଦ୍ଧି ପାଇଁ ମୂଳ ଲକ୍ଷ୍ୟ ରଖିଛି।

ଧାନ ସଂଗ୍ରହ ବ୍ୟତୀତ ସକ୍ରିୟ ଭାବରେ ଜୈବିକ ଏବଂ ସମନ୍ବୟ କୃଷି କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ଦିଗରେ, ୨୦୨୧ ମସିହାରେ ଗଠିତ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ କ୍ଷେତ୍ରପାଳ ଚାଷୀ ଉତ୍ପାଦକ କମ୍ପାନୀ ବେଶ୍ ଅଗ୍ରସର। ସମୁଦାୟ ୭୮୮ ଜଣ ଅଂଶୀଦାରଙ୍କୁ ନେଇ ୪୨ ଟି ଗ୍ରାମ ୨୫ ଟି ପଞ୍ଚାୟତର ଚାଷୀଙ୍କ ମଧ୍ୟରେ ଏକ ଶକ୍ତିଶାଳୀ ମଞ୍ଚ ଗଠନ କରିପାରିଛି ଏହି ସଂଗଠନ, ଯାହାକି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଉନ୍ନତି ପଥରେ ଆଗେଇ ଚାଲିଥିବା ଏହି ସଂଗଠନର ଆର୍ଥିକ କାରବାର ବର୍ତ୍ତମାନ ୬୫ ଲକ୍ଷରେ ପହଞ୍ଚି ସାରିଲାଣି। ଏହି ସଂଗଠନ ଜରିଆରେ ବଜାର ପ୍ରବେଶ, ଉନ୍ନତ କୃଷି ପଦ୍ଧତି, ଆୟ ବୃଦ୍ଧି ଭଳି ଅନେକ ପଦକ୍ଷେପ ନିଆଯାଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×