କେନ୍ଦ୍ର ବଜେଟ୍‌ର ଫୋକସରେ କୃଷି

0

ତୃତୀୟ ଥର ପାଇଁ ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । କୃଷି କ୍ଷେତ୍ର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ôଥକ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏଥର ବି ଫୋକସରେ କୃଷି ଓ କୃଷକ । ଏହି ବଜେଟରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥାମାନ ହୋଇଛି । ଅର୍ଥମନ୍ତ୍ରୀଙ୍କ ଉପସ୍ଥାପନା ଅନୁଯାୟୀ କୃଷି ଉତ୍ପାଦନରେ ଏମ୍‌ଏସ୍‌ପି ଜାରି ରହିବ । ୨୦୨୧ରେ ଏମଏସପିରେ ୧.୭୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଚାଷୀଙ୍କ ଆୟ ଦେଢ ଗୁଣ ବଢାଇବାକୁ ବ୍ୟାପକ ପଦକ୍ଷେପମାନ ନିଆଯାଇଛି । ଧାନ ପାଇଁ ୨୦୧୩ରେ ଚାଷୀଙ୍କୁ ୬୩ ହଜାର କୋଟି ଟଙ୍କା ଦିଆଯାଇଥିଲା । ୨୦୧୯ରେ ଚାଷୀଙ୍କୁ ଉତ୍ପାଦିତ ଧାନ ପାଇଁ ୧,୪୧,୯୩୦ କୋଟି ଟଙ୍କା ମିଳିଛି । ଚଳିତ ବର୍ଷ ଏହି ପରିମାଣ ୧,୭୨, ୭୫୨ କୋଟି ଟଙ୍କା ହେବା ଆକଳନ କରାଯାଇଛି । ସ୍ୱାମିତ୍ୱ ଯୋଜନାରେ ୧.୮୦ ଲକ୍ଷ ଲୋକଙ୍କୁ ଜମିପଟ୍ଟା ମିଳିଛି । ଚଳିତବର୍ଷ ଏହା ସବୁ ରାଜ୍ୟକୁ ସଂପ୍ରସାରଣ କରିବାକୁ ଯୋଜନା ରହିଛି ।ଏହା ସହ ୨୦୨୦-୨୧ରେ ୭୫ ହଜାର କୋଟି ଟଙ୍କା ଗହମ ଚାଷୀଙ୍କୁ ଦିଆଯାଇଛି । ଏଥିପାଇଁ ୪୩.୩୬ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ଚଳିତ ଆର୍ôଥକ ବର୍ଷରେ ୧.୭୫ ଲକ୍ଷ କୋଟି ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୧- ୨୨ ଆର୍ôଥକ ବର୍ଷ ପାଇଁ ୧୬.୫ ଲକ୍ଷ କୋଟିର କୃଷିଋଣ ପ୍ରଦାନ ଲକ୍ଷ୍ୟ ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ଯୋଗୁଁ ଦେଶରେ ଏବେ ପରିସ୍ଥିତି ସରଗରମ ଥିବାରୁ ନୂଆ ବଜେଟରେ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ୨୦୨୧- ୨୨ ଆର୍ôଥକ ବର୍ଷ ପାଇଁ କୃଷିଋଣ ଲକ୍ଷ୍ୟକୁ ୧୬ ଲକ୍ଷ ୫୦ ହଜାର କୋଟି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହାକି ଚଳିତ ବର୍ଷର କୃଷି ଋଣ ଲକ୍ଷ୍ୟଠାରୁ ଅଧିକ । କେନ୍ଦ୍ର ସରକାର ଦେଶରେ କୃଷି ଓ କୃଷକଙ୍କ ସ୍ୱାର୍ଥରକ୍ଷା ଓ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣରେ କହିଛନ୍ତି । ଚଳିତ ୨୦୨୦-୨୧ ଆର୍ôଥକ ବର୍ଷରେ ପ୍ରାୟ ୧ କୋଟି ୫୪ ଲକ୍ଷ ଚାଷୀ ସରକାରଙ୍କ ଧାନ ଓ ଗହମ ଏମଏସପି ନୀତି ଦ୍ୱାରା ଉପକୃତ ହୋଇଛନ୍ତି, ଯାହାକି ୨୦୧୯-୨୦ରେ ୧ କୋଟି ୨୪ ଲକ୍ଷ ଥିଲା । ୨୦୨୦-୨୧ରେ ଗହମ ଖରିଦ ପାଇଁ ସରକାର ୭୫ ହଜାର ୬୦ କୋଟି ଟଙ୍କା ବ୍ୟୟ କରିଛନ୍ତି । ସେହିପରି ଗ୍ରାମାଞ୍ଚଳ ଭିତ୍ତିଭୂମି ନିର୍ମାଣ ପାଇଁ ୪୦ ହଜାର କୋଟିର ପାଣ୍ଠି ଘୋଷଣା କରାଯାଇଛି । ଏଣିକି ସବୁ ବର୍ଗର ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ବ୍ୟବସ୍ଥା କରାଯିବ । ସବୁ ପ୍ରକାରର କାମରେ ମହିଳାଙ୍କୁ ଉପଯୁକ୍ତ ସୁରକ୍ଷା ସହ ସୁଯୋଗ ମିଳିବ ବୋଲି ସୀତାରମଣ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

two × 4 =