କୃଷି ସୃଷ୍ଟି କରିଛି ମହିଳାଙ୍କ ମଧ୍ୟରେ ନୂଆ ପରିଚୟ

ଓଡ଼ିଶାର ଅଗଣିତ ନାରୀଶକ୍ତିଙ୍କ ପାଇଁ ସ୍ଵାବଲମ୍ବନ ଓ ସମୃଦ୍ଧିର ବାଟ ଫିଟାଇ ଦେଇଛି କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପଶୁପାଳନ ସହିତ ଅନେକ ଆନୁଷଙ୍ଗିକ କ୍ଷେତ୍ର। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଉଭୟ ମହିଳା ସଶକ୍ତିକରଣ ଏବଂ କୃଷି ଉତ୍ପାଦନ ଦିଗରେ ନିୟମିତ ଐତିହାସିକ ସଫଳତା ହାସଲ କରିଚାଲିଛି ଓଡ଼ିଶା।

ଆଜିର ନାରୀଶକ୍ତି ବିଭିନ୍ନ ଚାଷ କାର୍ଯ୍ୟ, ଉନ୍ନତିମୂଳକ କାର୍ଯ୍ୟ ଏବଂ ସିଲେଇ ଭଳି ସ୍ବାବଲମ୍ବୀ ବୃତ୍ତି କରି ନିଜକୁ ସମସ୍ତ କ୍ଷେତ୍ରରେ ପାରଙ୍ଗମ ମହିଳା ଭାବେ ପରିଚିତ କରିପାରିଛନ୍ତି। ଏଥିସହ ମହିଳାମାନେ ରୋଜଗାରକ୍ଷମ ଏବଂ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ୍ ଅନ୍ତର୍ଗତ କାଦବରଙ୍ଗ ପଞ୍ଚାୟତର ଅନେକ ଉତ୍ସାହୀ ମହିଳାମାନେ ଏକ ମନ ଏକ ପ୍ରାଣ କରି ଗଢ଼ିଛନ୍ତି ବାବା ଧବଳେଶ୍ଵର ପଞ୍ଚାୟତ ମହିଳା ମହାସଂଘ।ସେହି ମାମାନେ କୃଷିକୁ ଜୀବିକା ଭାବେ ଗ୍ରହଣ କରି ଆତ୍ମନିର୍ଭରଶୀଳ ହେବା ସହିତ ସାରା ରାଜ୍ୟ ପାଇଁ ଅଦ୍ୱିତୀୟ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ଏକର ଏକର ଜମିରେ ବିଭିନ୍ନ ପ୍ରକାର ପନିପରିବା, ଶାଗ ଏବଂ ଫୁଲ ଫଳ ଚାରା ଉତ୍ପାଦନ କରୁଛନ୍ତି। ଏଥିସହ ମାଣ୍ଡିଆ, ମତ୍ସ୍ୟଚାଷ ଏବଂ ପଶୁପାଳନ ମଧ୍ୟ କରୁଛନ୍ତି, ଯାହାକି ଉତ୍ତମ ଆୟ ଉପର୍ଜନର ବାଟ ଦେଖାଉଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×