ବୈଜ୍ଞାନିକ ଜ୍ଞାନ କୌଶଳ ଦ୍ୱାରା କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ହୋଇପାରିବ : କୃଷି ମନ୍ତ୍ରୀ

0

ଓୟୁଏଟିର ୬୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ସରକାର କୃଷି ଓ କୃଷକଙ୍କ ପରିଶ୍ରମ , ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକ୍ରମ ତଥା ବୈଜ୍ଞାନିକ ଜ୍ଞାନ କୌଶଳ ଦ୍ୱାରା ଉତ୍ପାଦନ ବୃଦ୍ଧି ପାଇବ ବୋଲି କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଜଳବାୟୁ ପରିବର୍ତ୍ତନ କିପରି କୃଷିକୁ ପ୍ରଭାବିତ କରୁଛି ସେ ସମ୍ପର୍କରେ ଆଲୋଚନା କରିବା ସହ ରାଜ୍ୟରେ ଅଦିନିଆ ଫସଲ ଚାଷ ତଥା ଫସଲ ବିବିଧିକରଣ ଉପରେ ସେ ଗରୁତ୍ୱ ଦେଇଥିଲେ । ଏ ଦିଗରେ ବିଶେଷ ଧ୍ୟାନ ଦେଇ କୃଷି ବୈଜ୍ଞାନିକ ମାନେ କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଉପସ୍ଥିତ ଥିଲେ ।ବିଶ୍ୱବିଦ୍ୟାଳୟର କାର୍ଯ୍ୟକୁ ଅଧିକ ଫଳପ୍ରଦ କରିବା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି ବୋଲି କୁଳପତି ପ୍ରଭାତ କୁମାର ରାଉଳ କହିଛନ୍ତି।କୃଷକଙ୍କ ପାଇଁ ବିଭିନ୍ନ ଆପ୍‌ , ନୂଆ ସଂଗୀତ , ୱେବସାଇଟ , ଭିଜନ ପୁସ୍ତକ,ଚାଷୀର ସଂସାର ପ୍ରମୁଖ ଉନ୍ମୋଚନ ହୋଇଥିଲା । ଏହି ଅବସରରେ କୃଷକ ଉତ୍ପାଦକ ସଂଗଠନ ମାନଙ୍କର ଏକ କନକ୍ଲେଭ ଅନୁଷ୍ଠିତ ହୋଇଥିଲା । ଏହା ସହ କୃଷି କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓମ୍ବାଡ଼ିସି ଦ୍ୱାରା ଗ୍ରାମାଂଚଳ ଯବୁକଯୁବତୀଙ୍କ ପାଇଁ ବର୍ଷିକିଆ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଉଦଘାଟନ ସମାରୋହକୁ ସଂପ୍ରସାରଣ ଶିଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନଜିତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଶ୍ୱବିଦ୍ୟାଳୟର କୁଳ ସଚିବ ଲୋପାମୁଦ୍ରା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 + 3 =