ଏଗ୍ରି-ଓଡ଼ିଶା ୨୦୨୪: ମହିଳାଙ୍କ ଉନ୍ନତି ପାଇଁ ସମର୍ପିତ

0

ଭାରତରେ କୃଷିର ହୃଦୟ ଭାବରେ ଓଡ଼ିଶା ଏହାର କୃଷି କ୍ଷେତ୍ରର ଉତ୍ପାଦନ, ସ୍ଥିରତା ଏବଂ ସାମଗ୍ରିକ ଉନ୍ନତି ପାଇଁ ଏକ ପରିବର୍ତ୍ତନଶୀଳ ଯାତ୍ରା ଆରମ୍ଭ କରିଛି। ଆଗ୍ରି-ଓଡିଶା ୨୦୨୪ ହେଉଛି ଏକ ବ୍ୟାପକ ପଦକ୍ଷେପ ଯାହା ଭବିଷ୍ୟତର କଳ୍ପନା କରେ, ଯେଉଁଠାରେ ରାଜ୍ୟର କୃଷକମାନେ ଉନ୍ନତି କରିବେ, ଅଭିନବ ଅଭ୍ୟାସ, ଉନ୍ନତ ଜ୍ଞାନକୌଶଳ ଏବଂ ରଣନିତିକ ନୀତି ବ୍ୟବହାର କରିବେ। କୃଷି ତଥା ସହଯୋଗୀ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ସ୍ବୀକୃତି ଦେବାକୁ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ରଖାଯାଇଛି। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଏହି ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ” କୃଷିରେ ମହିଳାଙ୍କୁ ଉତ୍ସାହିତ କରିବା ” l

nano urea

ଏହା ଉଦ୍ଦେଶ୍ୟ ହେଉଛି କୃଷି ଏବଂ ସହଯୋଗୀ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ଚିହ୍ନିବା ଏବଂ ମହିଳା କୃଷକ, ସ୍ଵଂୟ ସହାୟକ ଗୋଷ୍ଠୀ, ମହିଳା କୃଷି ଉଦ୍ୟୋଗୀ, ବଜାର ଖେଳାଳି ଏବଂ ସେବା ପ୍ରଦାନକାରୀ ଙ୍କ ମଧ୍ୟରେ ଇଣ୍ଟରଫେସ୍ ଏବଂ ସଂଯୋଗ ପାଇଁ ଏକ ପ୍ଲାଟଫର୍ମ ଆରମ୍ଭ କରିବା, ଯାହାକି ଓଡ଼ିଶାର କୃଷି ଦୃଶ୍ୟ ପଟରେ ଏକ ଅଭିନବ ଛାପ ଛାଡ଼ିବା, ଏଥିରେ ତିଲେହେଲେ ସନ୍ଦେହ ନାହିଁ। ଆଗ୍ରି-ଓଡ଼ିଶା ୨୦୨୪ ସଠିକ୍ ଚାଷ କୌଶଳ ଉପରେ ଏକ ଦୃଢ଼ ଗୁରୁତ୍ଵ ପ୍ରଦାନ କରେ, ଉତ୍ସ ବ୍ୟବହାରକୁ ଅପ୍ଟିମାଇଯ କରିବା ପାଇଁ ଟେ୍ନୋଲୋଜୀକୁ ଏକିକୃତ କରେ। ସଠିକ୍ ଜଳସେଚନ, ଡ୍ରୋନ୍ ଆଧାରିତ ମନିଟରିଙ୍ଗ ଏବଂ ସେଂସର୍ ଚାଳିତ ଡାଟା ଅନାଲିଟ୍ଟିକସ ସହିତ ସ୍ମାର୍ଟ ଚାଷ ପ୍ରଣାଳୀ ଗ୍ରହଣ କରିବାକୁ କୃଷକମାନଙ୍କୁ ଉତ୍ସାହିତ କରାଯାଏ। ଏହା କେବଳ ଉତ୍ସାଦକତ ବୃଦ୍ଧି କରେ ନାହିଁ ବରଂ ଜଳ ଏବଂ ସାରର ଯଥାର୍ଥ ବ୍ୟବହାରକୁ ମଧ୍ୟ ସୁନିଶ୍ଚିତ କରେ।

Leave A Reply

Your email address will not be published.

20 − 2 =