ଝୋଟ ଚାଷ ର ସମୀକ୍ଷା କଲେ କୃଷିମନ୍ତ୍ରୀ

0

ମାନ୍ୟବର ମନ୍ତ୍ରୀ ଶ୍ରୀ ରାଣେନ୍ଦ୍ର ପ୍ରତାପ ସ୍ଵାଇଁ ଗତକାଲି କୃଷି ଭବନରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଓଡ଼ିଶାରେ ଝୋଟ ଚାଷ ସହ ଜଡିତ ବିଷୟ ଉପରେ ଆଲୋଚନା କରିଥିଲେ। ସେ ଝୋଟ ଚାଷ କ୍ଷେତ୍ରକୁ ଦ୍ୱିଗୁଣିତ କରିବା, ବୈଷୟିକ ପ୍ରଗତି ବ୍ୟବହାର ଏବଂ ଏହି ଯୋଜନା ଅନ୍ତର୍ଗତ ଝୋଟ ସହ ଅନ୍ୟ ଫସଲ ଅନ୍ତର୍ଭୂକ୍ତ କରିବା ଉପରେ ଧ୍ୟାନ ଦେଇଥିଲେ । ବାଲେଶ୍ୱରରୁ କଞ୍ଚା ଝୋଟ କ୍ରୟକୁ ସହଜ କରିବା ପାଇଁ ମାନ୍ୟବର ମନ୍ତ୍ରୀ ବାଲିଆପାଳର ପ୍ରତ୍ୟକ୍ଷ କ୍ରୟ କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, ସେ ୨୦୨୩-୨୪ ବର୍ଷ ପାଇଁ ଝୋଟ ଅଧୀନରେ ଥିବା ବିଭିନ୍ନ ଯୋଜନାର ଖର୍ଚ୍ଚ ସ୍ଥିତି ସମୀକ୍ଷା କରିଥିଲେ ।ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, କୃଷି ଓ କୃଷକ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ ଚୌଧୁରୀ ଙ୍କ ସମେତ ଅନେକ ବିଭାଗୀୟ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

Leave A Reply

Your email address will not be published.

2 × one =