ଶ୍ରୀ ଅନ୍ନ ଅଭିଯାନ ତରଫରୁ ମିଲେଟଯୁକ୍ତ ଖାଦ୍ୟ ପ୍ରସ୍ତୁତି ତାଲିମ କେନ୍ଦ୍ର ଅନୁଷ୍ଠିତ

           ଶ୍ରୀ ଅନ୍ନ ଅଭିଯାନର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଜନସଂଖ୍ୟା ମଧ୍ୟରେ ମିଲେଟର ଲୋକପ୍ରିୟତା ବୃଦ୍ଧି କରିବା। ଏଥିପାଇଁ ଶ୍ରୀ ଅନ୍ନ ଅଭିଯାନ ସକ୍ରିୟ ଭାବରେ ସହରାଞ୍ଚଳରେ ମିଲେଟକୁ କ୍ଷେତରୁ ଖାଦ୍ୟ ଥାଳି ପର୍ଯ୍ୟନ୍ତ ପ୍ରୋତ୍ସାହିତ କରୁଛି। ମିଲେଟ ଯାହା କେବଳ ସ୍ୱାଦରେ ନୁହେଁ ବରଂ ସ୍ୱାସ୍ଥ୍ୟକର ଜୀବନଶୈଳୀ ପାଇଁ ଏକ ବିକଳ୍ପ ମଧ୍ୟ ଅଟେ। ମିଲେଟ ଜାତୀୟ ସାମଗ୍ରୀ ଯଥା ମାଣ୍ଡିଆ, ବାଜରା, ମକା ଓ ସୁଆଁ ଆଦିରୁ ପ୍ରସ୍ତୁତ ବିଭିନ୍ନ ରକମର ସ୍ଵାଦିଷ୍ଟ ଖାଦ୍ୟ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଭିନ୍ନ ପ୍ରୟାସ କରାଯାଉଛି।

ଶ୍ରୀ ଅନ୍ନ ଅଭିଯାନ ତରଫରୁ ବାଲେଶ୍ବର ଜିଲ୍ଲାରେ ଏକ ଆଞ୍ଚଳିକ ମିଲେଟ୍ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପାଇଁ ତାଲିମର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଉତ୍ତର ଓଡିଶାର ରୋଷେୟାମାନେ ମିଲେଟ ଭିତ୍ତିକ ଖାଦ୍ୟ ପଦାର୍ଥ ପ୍ରସ୍ତୁତି ପ୍ରଣାଳୀ ଶିଖିଥିଲେ। ଜଣେ ବିଶେଷଜ୍ଞ ପ୍ରଶିକ୍ଷକଙ୍କ ନେତୃତ୍ୱରେ ଏହି ଅଧିବେଶନରେ ସଚେତନତା ଏବଂ ମିଲେଟର ବ୍ୟବହାରକୁ ବଢ଼ାଇବା ପାଇଁ ଆଲୋଚନା କରାଯାଇଥିଲା। ସମସ୍ତ ଘରୋଇ ଖାଦ୍ୟ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ମେନୁରେ ମିଲେଟର ଅନ୍ତର୍ଭୂକ୍ତିକୁ ଉତ୍ସାହିତ କରିଥିଲେ। ମିଲେଟ ଜାତୀୟ ଖାଦ୍ୟର ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×