ଚାଷୀଙ୍କ ଖାତାକୁ ଯିବ ୮୦୦ ଟଙ୍କାର ବୋନସ୍

ବରଗଡ଼ର ସୋହେଲାଠାରେ ଧାନର ଇନ୍‌ପୁଟ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ୨୩୦୦ ଟଙ୍କାର ଏମଏସପି ଏବଂ ୮୦୦ ଟଙ୍କାର ଇନପୁଟ ସହାୟତା ମୂଲ୍ୟ ସହ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ମିଳିବ ୩୧୦୦ ଟଙ୍କା। ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ବଡ଼ ଘୋଷଣା କରିଥିଲା। ଓଡ଼ିଶାରେ କ୍ଷମତାକୁ ଆସିଲେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ଦଳ। ଦଳ ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ପୂରଣ ପାଇଁ ଅଣ୍ଟା ଭିଡ଼ିଛି।

କ୍ୱିଣ୍ଟାଲ ପିଛା ଧାନ ବାବଦରେ ଚାଷୀ ୨୩୦୦ ଟଙ୍କା ପାଉଥିବାବେଳେ ଏଥିରେ ଯୋଡ଼ିହୋଇଛି ୮ ଶହ ଟଙ୍କାର ଇନପୁଟ ସବ୍‌ସିଡି। ଧାନ କିଣାଯିବାର ୪୮ ଘଣ୍ଟା ମଧ୍ୟରେ ଏହି ଟଙ୍କା ଚାଷୀ ପାଇବେ। ଆକାଉଣ୍ଟକୁ ସିଧାସଳଖ ଟଙ୍କା ପୈଠ ହେବ। ଓଡ଼ିଆ ଅସ୍ମିତାକୁ ପାଥେୟ କରି ରାଜ୍ୟରେ ଗଠିତ ସରକାର ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଏହି ଐତିହାସିକ ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟବ୍ୟାପୀ ଚାଷୀ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି। ରାଜ୍ୟ ସରକାର ଖରିଫ୍‌ ଧାନ ସଂଗ୍ରହରେ ସ୍ୱଚ୍ଛତାକୁ ଅଗ୍ରାଧିକାର ଦେଉଛନ୍ତି। ଧାନକିଣା ପୂର୍ବରୁ ପଞ୍ଜୀକୃତ ଚାଷୀଙ୍କୁ ଟୋକନ ଦିଆଯାଉଛି। ମଣ୍ଡିରେ ସର୍ବନିମ୍ନ ସୁବିଧା ଉପଲବ୍ଧ ମଧ୍ୟ କରାଯାଉଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×