ଓଡ଼ିଶା ପର୍ବର ଦ୍ଵିତୀୟ ଦିନରେ ଜ୍ଞାନ ମଣ୍ଡପମରେ ‘ନବଚେତନା ଓଡ଼ିଶା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଓଡ଼ିଶା ପାଖରେ ଥିବା ସମ୍ଭାବନା, ସମ୍ବଳ ଓ ଉତ୍କର୍ଷକୁ ନେଇ ବିସ୍ତୃତ ଆଲୋଚନା ହୋଇଛି। ‘ନବଚେତନା ଓଡ଼ିଶା’ ଶୀର୍ଷକ ଆଲୋଚନା ଚକ୍ରର ପରିଚାଳନା କରିଥିଲେ CSIR ଲକ୍ଷ୍ନୌର ନିର୍ଦ୍ଦେଶକ ଡ. ଅଜିତ୍ କୁମାର ଶସାନି। ଅଭିବୃଦ୍ଧି ପାଇଁ ଚାଷର ଆବଶ୍ୟକତା ରହିଛି। କାରଣ ସବୁ ଶିଳ୍ପ କୃଷି ଉପରେ ନିର୍ଭରଶୀଳ। ଓଡ଼ିଶା କୃଷି ସହ ଖଣିଜଭରା। ଯେତେବେଳେ ଆମେ ସୁଯୋଗ କଥା ଜାଣିବା, ସେତେବେଳେ ଉତ୍କୃଷ୍ଟ କାର୍ଯ୍ୟ ହେବ। ଓଡ଼ିଆ ମାଇଣ୍ଡ ସେଟ୍ ବିଶ୍ଵର ସବୁଠୁ ଶ୍ରେଷ୍ଠ ବୋଲି କହିଛନ୍ତି ଡ. ଅଜିତ୍ କୁମାର ଶସାନି।
ନବଚେତନା ଓଡ଼ିଶା’ ଆଲୋଚନାଚକ୍ରରେ କ୍ରିଏଟିଭ୍ ଟେକ୍ନୋଲୋଜିଷ୍ଟ ସନ୍ଦୀପ ତ୍ରିପାଠୀ ନିଜ ମତ ରଖିଛନ୍ତି। ସେ କହିଛନ୍ତି, “ଆମେ ହେଉଛେ ଏକ ବଡ଼ ଗୋଷ୍ଠୀ, ଯେଉଁମାନେ ଟେକ୍ନୋଲୋଜିର ବ୍ୟବହାର କରୁଛେ। ଆମ ପାଖେ ନୂଆ ଭାବନା ଥାଇ ଟେକ୍ନୋଲୋଜିର ନିର୍ମାତା ହାଇପାରୁନେ। ଆମ ପାଖେ ଦକ୍ଷତା ଅଛି, ନୂଆ କିଛି କରିପାରିବା। ସେହିଭଳି ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୀରା ମହାନ୍ତି କହିଛନ୍ତି, “ସ୍ଵଦେଶୀକୁ ଆମେ ସବୁବେଳେ ଗୁରୁତ୍ଵ ଦେଉଛେ। ଓଡ଼ିଶା ଖଣିଜ ସମ୍ପଦରେ ଭରା। ଏବେ ଓଡ଼ିଶା ଇଞ୍ଜିନିୟରିଂ ଉପରେ ଫୋକସ୍ କରୁଛି। ଆମେ ପାଖେ ପ୍ରଚୁର ଖଣିଜ ସମ୍ପଦ ଥିବାରୁ ଆଗକୁ ଆମେ ଏୟାରକ୍ରାଫ୍ଟର ଫ୍ରେମ, ଏୟାରକ୍ରାଫ୍ଟ ଇଞ୍ଜିନ ନିର୍ମାଣ କଥା ଭାବି ପାରିବା।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
