ଓଡ଼ିଶାର କୃଷି କ୍ଷେତ୍ରରେ ପ୍ରଗତି ଏବଂ ପାଣ୍ଠିର ସୁବିନିଯୋଗ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ରାଜ୍ୟକୁ ପ୍ରଶଂସା କରିଛନ୍ତି। ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ସମୀକ୍ଷା ବେଳେ ସେ ଏହା କହିଛନ୍ତି। ବୈଠକରେ ଦେଶର ସମସ୍ତ କୃଷି ମନ୍ତ୍ରୀ ଉପସ୍ଥିତ ଥିବା ବେଳେ ରାଜ୍ୟରୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଏବଂ ଅତିରିକ୍ତ ମୁଖ୍ୟ ସଚିବଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହିପରି କୃଷି ପ୍ରଗତିକୁ ଜାରି ରଖିବା ପାଇଁ ମାନ୍ୟବର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆହ୍ବାନ ଦେବା ସହ ସନ୍ତୋଷ ପ୍ରକାଶ ମଧ୍ୟ କରିଛନ୍ତି।
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରୁଥିବାବେଳେ କୃଷ୍ଣୋନତି ଯୋଜନା ଖାଦ୍ୟ ସୁରକ୍ଷା ଓ ଆତ୍ମନିର୍ଭରତା ଉପରେ ଧ୍ୟାନ ଦେଉଛି। ଓଡ଼ିଶାର ପଦକ୍ଷେପଗୁଡିକରେ, ପ୍ରାକୃତିକ କୃଷି, ଫସଲ ବିବିଧତା ଏବଂ ଶ୍ରୀଅନ୍ନ ନିମନ୍ତେ ପ୍ରୋତ୍ସାହନ ଅନ୍ତର୍ଭୁକ୍ତ। ଏହି ଯୋଜନାମାନ ଭବିଷ୍ୟତରେ ରାଜ୍ୟର କୃଷି ପ୍ରଗତି କ୍ଷେତ୍ରରେ ବହୁ ସହାୟକ ହେବ, ଯାହାକି କୃଷିକୁ ଏକ ନୂତନ ପରିଚୟ ଦେଇପାରିବ। ଓଡ଼ିଶାରେ କୃଷି ମେରୁଦଣ୍ଡ ହୋଇଥିବାରୁ ସରକାର ସର୍ବଦା କୃଷି କ୍ଷେତ୍ର ଉପରେ ଅଧିକ ଗୁରୁତ୍ବ ଦେଇଆସୁଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
