ରାଜ୍ୟ କ୍ୟାବିନେଟର ୨୮ତମ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଏଥିରେ ୧୦ ଟି ବିଭାଗର ୧୫ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଜଳସେଚନ ପ୍ରକଳ୍ପର କେନାଲ ପ୍ରଣାଳୀର ଅବକ୍ଷୟ ଏବଂ ଜଳଭଣ୍ଡାରରେ ପଟୁ ଜମିଯିବା ଯୋଗୁଁ ସେଚସାମର୍ଥ୍ୟର ପୂର୍ଣ୍ଣ ବିନିଯୋଗ ହୋଇପାରୁନାହିଁ। ଏହି ଜଳସେଚନ ପ୍ରକଳ୍ପ ଗୁଡିକର ପୁନରୁଦ୍ଧାର ଓ ଆଧୁନିକୀକରଣ କରି ନିର୍ଦ୍ଧାରିତ ସେଚସାମର୍ଥ୍ୟ ସୃଷ୍ଟି କରିବା ପାଇଁ ସରକାର ଯୋଜନା କରିଛନ୍ତି। କିଛି ଜଳସେଚନ ପ୍ରକଳ୍ପର ସେଚସାମର୍ଥ୍ୟ ବୃଦ୍ଧି କରିବାକୁ ମଧ୍ୟ ସ୍ଥିର କରାଯାଇଛି।
କୃଷି ଆମ ରାଜ୍ୟର ଅର୍ଥନୈତିକ ମେରୁଦଣ୍ଡ। କୃଷକଙ୍କ ଉନ୍ନତିକୁ ଲୋକଙ୍କ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କ୍ରମେ ରାଜ୍ୟରେ ସବୁ ଜମିକୁ ଜଳ ଯୋଗାଇବା ନିମନ୍ତେ ₹୧,୪୩୭ କୋଟି ବ୍ୟୟରେ ଆଗାମୀ ପାଞ୍ଚ ବର୍ଷ ପାଇଁ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାକୁ ସମ୍ପ୍ରସାରିତ କରାଯାଇଛି, ଯାହାଫଳରେ ୧,୨୩,୪୪୮ହେକ୍ଟର ସେଚାଞ୍ଚଳ ପୁନରୁଦ୍ଧାର କରାଯିବା ସହ ୪,୮୬୨ ହେକ୍ଟର ନୂତନ ସେଚାଞ୍ଚଳ ସୃଷ୍ଟି କରାଯିବ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ