ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ଚାଷୀଙ୍କ ପାଇଁ ଆଣିଛି ନୂଆ ସମ୍ଭାବନା

    ଉଭୟ ମୃତ୍ତିକା ଏବଂ ଜଳ କୃଷି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ତେଣୁ ଏହାର ସଂରକ୍ଷଣ କରିବା ନିତାନ୍ତ ଜରୁରୀ। ନୟାଗଡ଼ ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ଓ ‘ଜଳ ବିଭାଜିକା’ ପ୍ରକଳ୍ପ ଚାଷୀଙ୍କ ପାଇଁ ଆଣିଛି ନୂଆ ସମ୍ଭାବନା। PMKSY ଓ REWARD ଭଳି ଯୋଜନାରେ ଖନନ ହୋଇଥିବା ଶତାଧିକ କ୍ଷେତ ପୋଖରୀ, କୂପ ଓ ଜଳ ଅମଳ ପ୍ରକଳ୍ପ ଦ୍ୱାରା କୃଷି ଉତ୍ପାଦନ ବଢିବା ସହ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇପାରିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧୀନରେ ୮୭ ଟି କ୍ଷେତ ପୋଖରୀ, ୩୦ ଟି ଜଳ ଅମଳ ପ୍ରକଳ୍ପ, ୧୫ ଟି ସାମୁହିକ ପୋଖରୀ ଓ ୩୨ ଗୋଟି ନୂତନ କୁପ ନିର୍ମାଣ ଦ୍ଵାରା ଅଞ୍ଚଳରେ ପ୍ରାୟ ୪୦୦ ରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି।

             ନୟାଗଡ଼, ଦଶପଲ୍ଲା ଓ ଓଡ଼ଗାଁ ବ୍ଲକରେ ସରକାରଙ୍କ ଏହି ସବୁ ଯୋଜନା ଚାଷୀଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ବହୁତ୍ ଉନ୍ନତି ଆଣିଛି। ଏଥିସହ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଓ ଚାଷୀ ଭାଇମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କ୍ଷେତ ପୋଖରୀ ସହିତ ସମନ୍ୱିତ କୃଷି ପଦ୍ଧତି ଦ୍ଵାରା ଚାଷୀର ଜୀବନ ଜୀବିକାର ମାନ ଦ୍ଵିଗୁଣିତ ହେଉଛି। ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ପ୍ରାୟ ୬୦୦ ରୁ ଉର୍ଦ୍ଧ୍ବ ଚାଷୀ ନିଜ ଜମିରେ ପୋଖରୀ କିମ୍ବା କୂପ ଖନନ କରି ଏସବୁ ଯୋଜନା ମାଧ୍ୟମରେ ବେଶ୍ ଲାଭବାନ ହୋଇଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକନୟାଗଡ଼

Spread the love

Leave a Comment

Your email address will not be published. Required fields are marked *

Scroll to Top
×