କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ ‘କୃଷି ଭବନ’

ମାନ୍ୟବର କେନ୍ଦ୍ରମନ୍ତ୍ରୀ ପବିତ୍ର ଶୀତଳଷଷ୍ଠୀ ଅବସରରେ ସମ୍ବଲପୁରରେ କୃଷି ଭବନର ଉଦଘାଟନ କରିବା ସହ ମୂର୍ତ୍ତିକା ଭବନ ପରିଦର୍ଶନ କରିଛନ୍ତି। କୃଷି ଭବନ କୃଷି କ୍ଷେତ୍ରକୁ ଏକ ନୂଆ ପରିଚୟ ଦେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କୃଷି ଭବନ ପରିସରରେ “ମାଆ ପାଇଁ ଗଛଟିଏ” ଅଭିଯାନରେ ବୃକ୍ଷରୋପଣ କରିବା ସହ ଓଡ଼ିଶାର ଗରିବ, ଚାଷୀ, ମହିଳା, ଯୁବକଙ୍କ କଲ୍ୟାଣ ଏବଂ ଶିଶୁଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ କରିବା ଦିଗରେ ସରକାର ସର୍ବଦା ସମର୍ପିତ ବୋଲି କହିଛନ୍ତି। କୃଷି କ୍ଷେତ୍ର ପାଇଁ ସରକାର ଦିନକୁ ଦିନ ବହୁ ଯୋଜନା ପ୍ରଣୟନ କରୁଛନ୍ତି।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏବଂ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଉପସ୍ଥିତ ଥିଲେ। ନେତୃତ୍ଵାଧୀନ ରାଜ୍ୟ ସରକାର କୃଷିକୁ ପ୍ରଥମ ଗୁରୁତ୍ବ ଦେଇ ଖରିଫ ଏବଂ ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଦ୍ଵାରା ଜିଲ୍ଲାମାନଙ୍କରେ ପୂର୍ବ ଅପେକ୍ଷା ଅଧିକ ଧାନ ସଂଗ୍ରହ କରାଯାଉଛି। କୃଷକଙ୍କୁ ସଶକ୍ତ କରିବା ଡିବିଟି ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସହାୟତା ଯଥା ପିଏମ କିଶାନ, ସିଏମ୍ କିସାନ ଏବଂ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଛି। ଏହିପରି ଭାବେ କୃଷି କ୍ଷେତ୍ରକୁ ସରକାର ଅଧିକରୁ ଅଧିକ ଗୁରୁତ୍ବ ଦେଉଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×