ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ କୃଷି କ୍ଷେତ୍ରରେ ସମ୍ବର୍ଦ୍ଧିତ

ଓଡ଼ିଶାର କୃଷି ଓ କୃଷକର ବିକାଶ କ୍ଷେତ୍ରରେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ସବୁବେଳେ କାର୍ଯ୍ୟ କରି ଆସୁଛି। ୨୦୧୮ରୁ ଆରମ୍ଭ ହୋଇଥିବା ଏହି କୃଷି ଉଦ୍ୟୋଗ ଏବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜୈବିକ କୃଷିର ପ୍ରଚାର ପ୍ରସାର କରିବା ସହ ଜୈବ ଉତ୍ପାଦର ବିପଣନ ଦିଗରେ ମଧ୍ୟ ଭାଗୀଦାରି ରହିଛି। ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଭଦ୍ରକ ଜିଲ୍ଲା ବାସୁଦେବପୁର ସହରରୁ ହିଁ ଆରମ୍ଭ ହୋଇ ୧୮ଟି ଜିଲ୍ଲାରେ ଏବେ କାମ କରୁଛି। କୃଷି ଏବଂ କୃଷକ ସଶକ୍ତିକରଣ ପାଇଁ ଶ୍ୟାମଳ ସୁବର୍ଣ୍ଣର ନିରନ୍ତର ଭାବେ ଚେଷ୍ଟା କରି ଚାଲିଛି। ମହିଳା ସଶକ୍ତି କରଣ , ଡିଜିଟାଲ ମାଧ୍ୟମରେ ସହଜରେ ଲୋକଙ୍କ ପାଖରେ କୃଷି ସୂଚନା ପହଞ୍ଚାଇବା ଏ ସବୁକୁ ସାଥ କରି ଏହା କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ ସମର୍ପିତ।

ରାଜ୍ୟରେ କୃଷିକୁ ନେଇ ଅନୁଷ୍ଠିତ ହୋଇଥିବା ଏକ ଘରୋଇ ଗଣମାଧ୍ୟମରେ ଯୁବ ପ୍ରତିଭା କାର୍ଯ୍ୟକ୍ରମରେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋକୁ କୃଷି କ୍ଷେତ୍ରରେ ଉପ ବିଜେତା ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ଯୁବ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ ଶ୍ୟାମଳ ସୁବର୍ଣ୍ଣ କୁ ସମ୍ମାନିତ କରିବା ସହ କୃଷି କ୍ଷେତ୍ରକୁ ଆହୁରି ଆଗକୁ ନେବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି। ଓଡ଼ିଶା ଏକ କୃଷି ପ୍ରବଣ ରାଜ୍ୟ ହେଇଥିବାରୁ ଏହା ରାଜ୍ୟ ଅର୍ଥନୀତିକୁ ମଧ୍ୟ ସୁଦୃଢ କରିବା ପାଇଁ ମୁଖ୍ୟ ସୋପାନ ଅଟେ। ଆଗାମୀ ଦିନରେ ୧୦ ଲକ୍ଷ କୃଷକ ମାନଙ୍କୁ ଜୈବିକ କୃଷିରେ ସଶକ୍ତ କରିବାକୁ ଏହି ଟିମ୍ ଲକ୍ଷ୍ୟ ରଖିଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×