ଅକ୍ଷୟ ତୃତୀୟା ଅବସରରେ ୫୦ ଲକ୍ଷ ଚାଷୀ ପାଇବେ ସିଏମ୍ କିଷାନ ଟଙ୍କା

ପୂର୍ବରୁ ରାଜ୍ୟର ଚାଷୀମାନେ କାଳିଆ ଯୋଜନା ମାଧ୍ୟମରେ ସରକାରଙ୍କ ଆର୍ଥିକ ସହାୟତା ପାଇ ଉପକୃତ ହେଉଥିଲେ, କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଳିଆ ଯୋଜନା ପରିବର୍ତ୍ତେ ସିଏମ୍ କିଷାନ ଯୋଜନା ଆରମ୍ଭ କରି ବର୍ଷକୁ ୨ଟି କିସ୍ତି ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଯାହାକି ପ୍ରଥମ କିସ୍ତି ନୂଆଖାଇ ଏବଂ ଦ୍ୱିତୀୟ କିସ୍ତି ଅକ୍ଷୟ ତୃତୀୟରେ ଦେଉଛନ୍ତି। ଏହିପରି ଆସନ୍ତାକାଲି ରାଜ୍ୟ ସରକାରଙ୍କ ତରଫରୁ ଅକ୍ଷୟ ତୃତୀୟ ଅବସରରେ ଚାଷୀଙ୍କୁ ସିଏମ କିଷାନ ଟଙ୍କା ପ୍ରଦାନ କରାଯିବ। ଏହି ଆର୍ଥିକ ସହାୟତା ନାମମାତ୍ର, କ୍ଷୁଦ୍ର ଏବଂ ଭୂମିହୀନ ଚାଷୀ ପାଇପାରିବେ।

ଅକ୍ଷୟ ତୃତୀୟାରେ ୫୦ ଲକ୍ଷ ଚାଷୀଙ୍କୁ ସିଏମ୍ କିଷାନ ଟଙ୍କା ପ୍ରଦାନ କରାଯିବ। ପାଖାପାଖି ଏକ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସିଧାସଳଖ ପଠାଯିବ। ରାଜ୍ୟ ସରକାରଙ୍କ ଦ୍ଵାରା ସିଏମ ଯୋଜନା ମାଧ୍ୟମରେ ବର୍ଷକୁ ୨ ଟି କିସ୍ତି ମାଧ୍ୟମରେ ୪ ହଜାର ଟଙ୍କା ମିଳୁଥିବା ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ପିଏମ କିଷାନ ଯୋଜନା ମାଧ୍ୟମରେ ବର୍ଷକୁ ୩ ଟି କିସ୍ତି ମାଧ୍ୟମରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ବର୍ତ୍ତମାନର ରାଜ୍ୟ ସରକାର ଚାଷୀଙ୍କ ପାଇଁ ସମ୍ପୂର୍ଣ୍ଣ ସମର୍ପି ଏବଂ ଚାଷୀଙ୍କ ସଶକ୍ତିକରଣ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ଥିବାରୁ, କୃଷକଙ୍କ କଲ୍ୟାଣ ପାଇଁ ସରକାର ସବୁ ପ୍ରକାର ଆର୍ଥିକ ସହାୟତା, ଯନ୍ତ୍ରପାତିରେ ଉନ୍ନତି, ନୂତନ ଜ୍ଞାନକୌଶଳ ଆଦି ବିଭିନ୍ନ ବ୍ୟବସ୍ଥା କରିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×