ମାଲେସିଆ ଗସ୍ତରେ ଯିବେ କୃଷକ ଓ କୃଷି ଅଧିକାରୀ

କୃଷକ ଓ କୃଷି ଅଧିକାରୀ ମାଲେସିଆ ଗସ୍ତରେ ଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଳସଂପଦ ବିଭାଗର ମିଳିତ ସହଯୋଗରେ ୧୪ ଜଣ କୃଷକ ଓ ୧୪ ଜଣ କୃଷି ଅଧିକାରୀଙ୍କୁ ମନୋନୀତ କରାଯାଇଛି। ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଆନୁଷ୍ଠାନିକ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। କୃଷକ ଓ କୃଷି ଅଧିକାରୀ ଆସନ୍ତା ଏପ୍ରିଲ ୧୯ ରୁ ୨୬ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ୮ ଦିନିଆ ବିଦେଶ ଗସ୍ତରେ କୃଷି ଭିତ୍ତିକ ଶିଳ୍ପ, କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି।

ରାଜ୍ୟର କୃଷକମାନେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସମସ୍ତ ପ୍ରକାର କୃଷି ପ୍ରଣାଳୀ ବିଷୟରେ ଅବଗତ ନାହାନ୍ତି। ତେଣୁ ବିଦେଶ ଗସ୍ତରେ ସେମାନଙ୍କୁ ଛତୁ ଉତ୍ପାଦନ, ଆଧୁନିକ ପ୍ରଣାଳୀରେ ଉନ୍ନତ ଉଦ୍ୟାନ କୃଷି ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଶିଖିବା ପାଇଁ ସୁବିଧା ସୁଯୋଗ ମିଳିପାରିବ। ରାଜ୍ୟରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ, ଚାହିଦା ଓ ବ୍ୟବସାୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମାଲେସିଆ ଗସ୍ତ ସମୟର ପ୍ରତି ଦିନର ରିପୋର୍ଟ ପ୍ରସ୍ତୁତ କରିବାକୁ ଏବଂ ମାଲେସିଆରୁ ଓଡ଼ିଶା ଫେରିବା ପରେ ୩ଦିନ ମଧ୍ୟରେ ସମସ୍ତ ରିପୋର୍ଟ ଦାଖଲ କରିବାକୁ ଚାଷୀ ଓ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଉପମୁଖ୍ୟମନ୍ତ୍ରୀ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×