ଜୈବିକ ଖତ ପ୍ରସ୍ତୁତ କରି ଉଦାହରଣ ସାଜିଛନ୍ତି ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା

            ନୂଆପଡ଼ା ଜିଲ୍ଲା ଦର୍ଲିମୁଣ୍ଡା ଗ୍ରାମପଞ୍ଚାୟତ ସ୍ଥିତ ଅଇଁଲାଯୁବା ଗ୍ରାମର ଜୟ ମା ସରସ୍ଵତୀ ସ୍ଵଂୟ ସହାୟକ ଗୋଷ୍ଠୀ ଜୈବିକ ଖତ ପ୍ରସ୍ତୁତ କରି ନିଜ ଅଞ୍ଚଳରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଗତ ୨୦୨୪ ମସିହାରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ପ୍ରଶିକ୍ଷଣ ପାଇଁ ସରସ୍ଵତୀ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଜୈବିକ ଖତ ଯଥା ହାଣ୍ଡିଖତ, ଅଗ୍ନେୟସ୍ତ୍ର, ବ୍ରହ୍ମାସ୍ତ୍ର, ନିମାସ୍ତ୍ର ଆଦି ପ୍ରସ୍ତୁତ କରି ବିକ୍ରି କରିବା ଆରମ୍ଭ କରିଥିଲେ। ଯାହାଦ୍ବାରା ଏହାକୁ ବିକ୍ରି କରି ସେମାନେ ଅତ୍ୟନ୍ତ ଲାଭବାନ ହୋଇପାରିଛନ୍ତି। ଜୈବିକ ଖତ ଦ୍ଵାରା ଚାଷକାର୍ଯ୍ୟ ଭଲ ହେଉଥିବାରୁ ପ୍ରାୟତଃ ଅଧିକାଂଶ ଚାଷୀ ବର୍ତ୍ତମାନ ଏହା ଉପରେ ନିର୍ଭର କରୁଛନ୍ତି। 

ଚାଷୀଙ୍କ ଅତି ନିକଟରେ ଏହି ଜୈବିକ ଖତ ଉପଲବ୍ଧ ହେଉନଥିବାରୁ, ଆଖପାଖ ଗ୍ରାମର ପ୍ରାୟ ୬୦ ରୁ ୭୦ ଜଣ ଚାଷୀ ଦୈନିକ ଜୈବିକ ଖତ କ୍ରୟ କରିବା ପାଇଁ ଆସୁଛନ୍ତି। ଯାହାଫଳରେ ସରସ୍ଵତୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ନିଜ ଅଞ୍ଚଳର ଅନେକ ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଏହାଦ୍ବାରା ବାକି ମହିଳାମାନେ ମଧ୍ୟ ଉତ୍ସାହିତ ହୋଇ ଏହି କାର୍ଯ୍ୟରେ ସାମିଲ ହେବା ସହ ନିଜେ ରୋଜଗାରକ୍ଷମ ହୋଇ ଭଲ ଦୁଇ ପଇସା ଲାଭବାନ ହୋଇପାରିବେ। ବର୍ତ୍ତମାନ ଅଞ୍ଚଳରେ ଚାଷୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି, ତେଣୁ ଯେତେ ସମ୍ଭବ ଜୈବିକ ଖତ ପ୍ରସ୍ତୁତ କରିପାରିଲେ, ଏହାର ବିକ୍ରୟ ମାତ୍ରା ମଧ୍ୟ ବୃଦ୍ଧି ପାଇବ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×