ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୫ ଉଦଯାପନି ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ଯର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ମୁଖ୍ୟତଃ ରାଜ୍ୟରେ ଜଳସେଚନକୁ ଆହୁରି ବ୍ୟାପକ କରିବା ନିମନ୍ତେ ଜଳସେଚନ ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ଯରେ ଜଳସମ୍ପଦର ବିକାଶ ପାଇଁ ଚଳିତ ବଜେଟରେ ମୋଟ ୧୩ ହଜାର ୨୨୩ କୋଟିରୁ ଅଧିକ ବ୍ୟୟବରାଦ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ ୨୫ ପ୍ରତିଶତରୁ ଅଧିକ ବୋଲି ରାଜ୍ୟ ସରକାର କହିଛନ୍ତି।
ରାଜ୍ୟରେ ଆଗାମୀ ୫ ବର୍ଷରେ ରାଜ୍ୟର ଜଳସେଚନ ସୁବିଧାକୁ ବ୍ୟାପକ କରିବା ପାଇଁ ସଂକଳ୍ପବଦ୍ଧ ହୋଇ ନୂତନ ଜଳସେଚନ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କେନାଲ ପୁନଃରୁଦ୍ଧାର, ପୁରାତନ ଜଳସେଚନ ପ୍ରକଳ୍ପର ଆଧୁନିକୀକରଣ ସହ ଅନେକ ପାଣି ପଞ୍ଚାୟତ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ନିମନ୍ତେ ତ୍ଵରିତ ପଦକ୍ଷେପ ନିଆଯାଉଛି। ଜଳସମ୍ପଦର ସୁବିନିଯୋଗ ଏବଂ ସୁପରିଚାଳନା ଦ୍ଵାରା ହିଁ ଚାଷ କାମ ଆଗକୁ ଯିବ, କୃଷକ ସମୃଦ୍ଧ ହେଲେ ଓଡ଼ିଶା ସମୃଦ୍ଧ ହେବ ଏବଂ ବିକଶିତ ଓଡ଼ିଶା ଗଠନ ହେବ, ଏହାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱର ଉତ୍ତୋଳନ କରିଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ