ମାଣ୍ଡିଆ ଦିବସ : ସମଗ୍ର ରାଜ୍ୟରେ ମିଲେଟ ଚାଷ ଏବଂ ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରିବା

0

ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସରକାର ୨୦୨୨ ମସିହା ନଭେମ୍ବର ୧୦ ତାରିଖକୁ ‘ ମାଣ୍ଡିଆ ଦିବସ ‘ ଭାବେ ପାଳନ ଆରମ୍ଭ କରିଥିଲେ। ଏହାକୁ ସମ୍ମାନ ଜଣାଇ ସାରା ଓଡ଼ିଶାରେ ପ୍ରତ୍ୟେକ ବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି। ଜାତୀୟ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ମିଲେଟ୍ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ହିତକର ଶସ୍ୟ ମାଣ୍ଡିଆର ବହୁଳ ଉତ୍ପାଦନ ଓ ପ୍ରସାରକୁ ଗୁରୁତ୍ଵ ଦେବା ଉଦ୍ଦେଶ୍ୟରେ ମାଣ୍ଡିଆ ଦିବସ ପାଳନ କରାଯାଉଛି। ମାଣ୍ଡିଆର ବହୁଳ ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ସରକାର ୨୦୧୭ ମସିହାରେ ମିଲେଟ ମିଶନ ମଧ୍ୟ ଆରମ୍ଭ କରିଥିଲେ। ୭ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ମିଶନ ବର୍ତ୍ତମାନ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପହଞ୍ଚିବା ସହ ଆଗାମୀ ଦିନରେ ସମଗ୍ର ୩୦ ଜିଲ୍ଲାରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଓଡ଼ିଶା ସରକାର ମାଣ୍ଡିଆ ଚାଷୀଙ୍କ ପାଇଁ ମଧ୍ୟ ସମସ୍ତ ପ୍ରକାର ସରକାରୀ ସହାୟତା ଜାରି ରଖିଛନ୍ତି।

nano urea

ଆମ ରାଜ୍ୟରେ ଛୋଟ ଚାଷୀ, ଗରିବ ଆଦିବାସୀ ମାଣ୍ଡିଆ ଚାଷ କରୁଥିଲେ ମଧ୍ୟ ବର୍ତ୍ତମାନ ଆହୁରି ଅନେକ ଚାଷୀ ମାଣ୍ଡିଆ ଚାଷ କରିବାକୁ ମନ ବଳାଉଛନ୍ତି। ସେମାନଙ୍କ ଅବସ୍ଥାରେ ଉନ୍ନତି ପାଇଁ ଓ ଲୋକମାନଙ୍କ ପୃଷ୍ଟି ଯୋଗାଣ ବିଷୟକୁ ଧ୍ୟାନ ରେ ରଖି ମିଲେଟ ମିଶନ ଆରମ୍ଭ କରାଯାଇଥିଲା। ଓଡ଼ିଶାରେ ପାଳନ ହେଉଥିବା ମାଣ୍ଡିଆ ଦିବସ ଏବଂ ସମଗ୍ର ରାଜ୍ୟରେ ପରିଚାଳିତ ହେଉଥିବା ମିଲେଟ୍ ମିଶନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆଦୃତି ଲାଭ କରିଛି। ମିଲେଟ୍ ଏକ ଜାତୀୟ ଶସ୍ୟ ଭାବେ ମଧ୍ୟ ପରିଗଣିତ ହେଉଛି, ଅଧିକାଂଶ ସ୍ଥାନରେ ଏହାର ବ୍ୟବହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ୍‍ ଶକ୍ତି ଆଉଟଲେଟ୍‌ ଓ କାଫେ ଖୋଲାଯାଉଛି। ବର୍ଷକୁ ବର୍ଷ ମାଣ୍ଡିଆ ଚାଷ ଜମି ଏବଂ ଉତ୍ପାଦନ ବୃଦ୍ଧି ହେବାରେ ଲାଗୁଛି। ତେଣୁ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି କରିବା ପାଇଁ ପ୍ରତି ବର୍ଷ ମାଣ୍ଡିଆ ଦିବସ ପାଳନ କରାଯାଉଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Leave A Reply

Your email address will not be published.

7 + nine =