ଚାଷ ଜମିକୁ ଜଳ, ଚାଷୀଙ୍କୁ ଦେବ ବଳ

0

ଜଳ ଏବଂ ମୃତ୍ତିକା କୃଷି ପାଇଁ ଅନିବାର୍ଯ୍ୟ ଉପାଦାନ। କୃଷି ପଦ୍ଧତିରେ ମୃତ୍ତିକା ଓ ଜଳ ସଂରକ୍ଷଣ କରିହେବ। ରାଜ୍ୟର ଅନେକ ସ୍ଥାନରେ ଜଳସେଚନର ଅଭାବ ଦେଖାଦେଉଛି। ଯାହାଦ୍ବାରା ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ଚାଷୀମାନଙ୍କୁ ନିରାଶ ହେବାକୁ ପଡୁଛି। ତେଣୁ ସେହି ଅଞ୍ଚଳରେ ଜଳସେଚନ ପ୍ରକଳ୍ପର ଉନ୍ନତିକରଣ କରିବା ନିତାନ୍ତ ଜରୁରୀ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦିନିକିଆ ବେଲପଡ଼ା ଗସ୍ତରେ ଆସି ଅପର ଲାନ୍ଥ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବଲାଙ୍ଗିରର ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ କୃଷି କ୍ଷେତ୍ରରେ ଜଳସେଚନ ସୁବିଧା କରିବା ସହ ସେଚ ବିପ୍ଳବ ଆଣିବ।

nano urea

ବେଲପଡ଼ା ବ୍ଲକ ତଥା ବଲାଙ୍ଗୀର ଜିଲ୍ଲାର ଜଳ ସମସ୍ୟାର ସମାଧାନ ଲାଗି ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ ଗୋଟିଏ ବଳିଷ୍ଠ ପଦକ୍ଷେପ ହୋଇଥିବାରୁ ରାଜ୍ୟ ସରକାର ଏହି ପ୍ରକଳ୍ପର ଉନ୍ନତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ବଲାଙ୍ଗୀରର ଏହି ଜଳସେଚନ ପ୍ରକଳ୍ପ ପାଇଁ ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି। ବେଲପଡ଼ା ବ୍ଳକର ଏହି ଜଳସେଚନ ପ୍ରକଳ୍ପ ଦ୍ବାରା ୨୫ଟି ଗାଁର ୩୮ ହଜାରରୁ ଊର୍ଦ୍ଧ୍ଵ ଚାଷୀ ଉପକୃତ ହେବା ସହ ଉଭୟ ଖରିଫ ଏବଂ ରବି ଋତୁରେ ୧୫ ହଜାର ଏକରରୁ ଅଧିକ ଜମି ଜଳସେଚିତ ହୋଇପାରିବ।

ଉପସ୍ଥାପନା :- ଦିବ୍ୟାଭାରତୀ ନାୟକ

Leave A Reply

Your email address will not be published.

seven + twelve =