ସମ୍ଭାବ୍ୟ ବାତ୍ୟା ଓ ମାତ୍ରାଧିକ ବର୍ଷା ପରିପ୍ରେକ୍ଷୀରେ ପନିପରିବା ଫସଲର ପରିଚାଳନା

0

ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଏବଂ ମାତ୍ରାଧିକ ବର୍ଷା ପରିସ୍ଥିତି ହେତୁ ପନିପରିବା ଜାତୀୟ ଫସଲରେ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ତେଣୁ ଏହାର ପରିଚାଳନା ପାଇଁ ପନିପରିବା ତଳି ଘେରାରୁ ଅତ୍ୟଧିକ ଜଳ ନିଷ୍କାସନ କରିବା ପାଇଁ ତୁରନ୍ତ ବ୍ୟବସ୍ଥା କରିବା ଓ ତଳିକୁ ଧଳା ଜରି ଦ୍ଵାରା ଆଚ୍ଛାଦିତ କରିବା ଆବଶ୍ୟକ। ବିଲରେ ଥିବା ପନିପରିବା ଫସଲରୁ ଜଳ ନିଷ୍କାସନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ। ବର୍ତ୍ତମାନ କିଛି ପନିପରିବା ଅମଳ ଉପଯୁକ୍ତ ହୋଇଥାଏ, ତେଣୁ ସେହି ପନିପରିବାକୁ ତୋଳି ଆଣିବା ଉଚିତ୍। କିଛି ପନିପରିବାକୁ ଆବଶ୍ୟକୀୟ ଉପାୟରେ ବର୍ଷାରୁ ବଞ୍ଚିତ ରଖିବା ଆବଶ୍ୟକ।

nano urea

ରଞ୍ଜାରେ ମାଡ଼ିଥିବା ଲତା ଜାତୀୟ ପନିପରିବାକୁ ସୁରକ୍ଷିତ ରଖିବା ପାଇଁ ଲତା ଗୁଡ଼ିକୁ ଭଲଭାବରେ ବନ୍ଧିଦେବ ଉଚିତ୍, ଏଥିସହ ରଞ୍ଜା ମଧ୍ୟ ପବନରେ ଓଲଟିପଡ଼ିବାର ସମ୍ଭାବନା ରହିଛି। ତେଣୁ ଏହାକୁ ସଳଖ କରିଦେବା ଉଚିତ୍। ବର୍ଷାର ପରବର୍ତ୍ତୀ ସମୟରେ ପନିପରିବା ଫସଲରେ ମୂଳସଢା ଓ ଝାଉଁଳା ରୋଗ ହେବାର ସମ୍ଭାବନା ଥିବାରୁ ବର୍ଷା ଛାଡ଼ିଗଲା ପରେ ଆବଶ୍ୟକୀୟ କୀଟନାଶକ ଗଛର ମୂଳ ଭାଗରେ ସିଞ୍ଚନ କରିବା ନିତାନ୍ତ ଜରୁରୀ। ଏତତବ୍ୟତିତ କଦଳୀ ଓ ଅମୃତଭଣ୍ଡା ଗଛ ଭାଙ୍ଗିବାର ମଧ୍ୟ ସମ୍ଭାବନା ରହିଛି, ଏହାକୁ ସୁରକ୍ଷିତ ରଖିବା ପାଇଁ ଗଛରେ ଭଲ ଭାବେ ଢିରା ଦେବା ଆବଶ୍ୟକ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Leave A Reply

Your email address will not be published.

one × 2 =